ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ପରିବାର ସହ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ୮ ବର୍ଷର ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିବା ପରେ ଅଳିଆଗଦାରେ ଫିଙ୍ଗି ଦେଇଛନ୍ତି। ପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ଏକ ଅଳିଆଗଦାରୁ ଝିଅକୁ ଉଦ୍ଧାର କରିଥିଲେ। ନାବାଳିକା ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମହାରାଷ୍ଟ୍ରରୁ ଏକ ଯାଯାବର ପରିବାର ଅନୁଗୁଳ ସହରରେ କାମ କରିବା ପାଇଁ ଆସି ଏଠାରେ ରହୁଥିଲେ। ଶନିବାର ରାତିରେ ବସଷ୍ଟାଣ୍ଡରେ ଏକ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ନାବିଲିକାକୁ ଟେକି ନେଇଥିଲେ।

ପରେ ନାବାଳିକାକୁ ମାରପିଟ କରିବା ସହ ଦୁଷ୍କର୍ମ କରିଥିଲେ। ନାବାଳିକା ଅଚେତ ହୋଇଯିବାରୁ ମରିଯାଇଥିବା ଭାବି ଅଳିଆଗଦାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ। ସକାଳେ ପରିବାର ଲୋକେ ଖୋଜିବାରୁ ଅଳିଆଗଦାରୁ ନାବାଳିକାକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment