ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗତ କିଛି ଦିନ ହେବ ପିଲ୍ମରୁ ଦୂରେଇ ରହିଥିବା ହ୍ରିତିକ ରୋଶନ ଏବେ ପୁଣି ଦମଦାର ଫର୍ମରେ ବଲିଉଡକୁ ଫେରିଛନ୍ତି। ଗୋଟିଏ ପଟେ ତାଙ୍କ ଅଭିନୀତ ସୁପର ୩୦ ବକ୍ସ ଅଫିସରେ ଧମାଲ କରୁଥିଲା ବେଳେ ଅନ୍ୟପଟେ ତାଙ୍କର ଆଉ ଏକ ଫିଲ୍ମ ଓ୍ୱାର ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି।  ଆକ୍ସନ ଫିଲ୍ମ ‘ଓ୍ୱାର’ର ଟିଜରକୁ ବି ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।

ଜୁଲାଇ ୧୫ରେ ରିଲିଜ ହୋଇଥିବା ଏହି ଫିଲ୍ମର ଟିଜିର ୟୁଟ୍ୟୁବରେ ଟ୍ରେଣ୍ଡରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ୟୁଜର୍ସ ଟିଜରକୁ ଦେଖି ସାରିଛନ୍ତି।

ଫିଲ୍ମଟି ଅକ୍ଟୋବର ୨ରେ ରିଲିଜ ହେବ। ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ଥାନ ପରେ ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ । ହ୍ରିତିକ ରୋଶନ, ଟାଇଗର ଶ୍ରଫଙ୍କ ବ୍ୟତୀତ ବାଣୀ କପୁର ଲିଡ ରୋଲରେ ନଜର ଆସିବେ।

Comment