ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ବହୁ ବେଗମ’ ସିରିଏଲରେ ନୁର ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ସମୀକ୍ଷା ଜାୟସଓ୍ୱାଲ ନାଗିନ ହେବାକୁ ଚାହୁଁଛନ୍ତି। ସମୀକ୍ଷା ଏକତା କପୁରଙ୍କ ଲୋକପ୍ରିୟ ସିରିଏଲ ‘ନାଗିନ’ରେ ନାଗିନ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛନ୍ତି। ନାଗିନ ଚରିତ୍ରକୁ ସମୀକ୍ଷା ତାଙ୍କ ଡ୍ରିମ ରୋଲ ମାନୁଛନ୍ତି। ଏକଥା ସେ ନିଜେ ଖୁଲାସା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ଏଭଳି କହିଛନ୍ତି।

ସେ ଏକତା କପୁରଙ୍କ ସହ କାମ କରିବାକୁ ଚାହୁଁଥିବା କହିଛନ୍ତି। ଏକତାଙ୍କର ଜଣେ ବଡ଼ ଫ୍ୟାନ ବୋଲି ମଧ୍ୟ କହିଛନ୍ତି।  ସମୀକ୍ଷାଙ୍କ କହିବା ଅନୁସାରେ ଏକତାଙ୍କ ସହିତ କାମ କରିବାକୁ ହେଲେ ନାଗିନଠାରୁ ଭଲ ଆଉ କ’ଣ ହୋଇପାରିବ।

ନାଗିନ ଟିଭି ସିରିଏଲ ମଧ୍ୟରେ ସବୁଠୁ ହିଟ ସିରିଏଲ। ସୋ ମେକର୍ସ ଏବେ ଏହାର ସିଜିନ ୪ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ କିଏ ନୂଆ ନାଗିନ ହେବେ ତାହା ଜଣାପଡ଼ିନି।

ଅନ୍ୟପକ୍ଷରେ ଯଦି ସମୀକ୍ଷା କଥା କୁହାଯାଏ ତେବେ ସେ ଜି ଟିଭିରେ ପ୍ରସାରିତ ‘ଜିନ୍ଦେଗୀ କେ ମେହକ‘ରେ ସିରିଏଲ ଡେବ୍ୟୁ କରିଥିଲେ। ଏହି ସିରିଏଲରେ ସେ ମେହକ ହୋଇଥିଲେ। ସିରିଏଲଟି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।

Comment