ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପ ୨୦୧୯ ଶେଷ ହେବା ସହ ଇଂଲଣ୍ଡ ଟାଇଟଲ ହାସଲ କରିସାରିଛି। ଏହାସହ ଆଇସିସି ଏକ ନୂଆ ବିଜେତା ମଧ୍ୟ ପାଇସାରିଛି। ଏହି ବିଶ୍ଵକପରେ ଅନେକ ପୁରୁଣା ଖେଳାଳି ରହିଥିଲେ ଯେଉଁମାନେ ଏକାଧିକ ବିଶ୍ଵକପ ଖେଳିଛନ୍ତି। ତାଙ୍କ ସହ ଏଥର କିଛି ନୂଆ ଖେଳାଳି ମଧ୍ୟ ତାଙ୍କ ବିଶ୍ଵକପରେ ଡେବ୍ୟୁ କରିଥିଲେ। ଆସନ୍ତୁ ଜାଣିବା ସେମତି କିଛି ଖେଳାଳିଙ୍କ ବିଷୟରେ ଯୋଉମାନେ ବିଶ୍ଵକପ ଡେବ୍ୟୁରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଯଶପ୍ରିତ ବୁମରା(ଭାରତ)

ବୁମରା ବର୍ତ୍ତମାନ ଆଇସିସି ଦିନିକିଆର ଶ୍ରେଷ୍ଠ ବୋଲର ରହିଛନ୍ତି। ୨୦୧୯ ବିଶ୍ଵକପ ତାଙ୍କର ପ୍ରଥମ ବିଶ୍ଵକପ ଥିଲା ଯୋଉଥିରେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ। ଅଧିକ ଓ୍ଵିକେଟ ନେବାରେ ପଛରେ ପଡ଼ିଯାଇଥିଲେ ମଧ୍ୟ ବୋଲିଂରେ ଭଲ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ସଟ ଖେଳିବାକୁ ଦେଇନଥିଲେ। ତାଙ୍କ ବୋଲିଂ ଯୋଗୁଁ ଭାରତ ଶକ୍ତିଶାଳୀ ବୋଲିଂ ବିଭାଗ ପାଇପାରିଥିଲା। ସେ ଏହି ବିଶ୍ଵକପରେ ୯ଟି ମ୍ୟାଚରୁ ୧୮ଟି ଓ୍ଵିକେଟ ନେଇଥିଲେ। ଡେବ୍ୟୁ ବିଶ୍ଵକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ମଧ୍ୟରେ ସେ ଜଣେ।

ବେନ ଷ୍ଟୋକ୍ସ(ଇଂଲଣ୍ଡ)

ଇଂଲଣ୍ଡର ଏହି ଅଲରାଉଣ୍ଡର ତାଙ୍କ ଡେବ୍ୟୁ ବିଶ୍ଵକପରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚରେ ଦଳକୁ ବିଜୟୀ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିଶ୍ଵକପରେ ସେ ୧୧ଟି ମ୍ୟାଚ ଖେଳି ୪୬୫ ରନ କରିଛନ୍ତି। ବିଶ୍ଵକପରେ ତାଙ୍କର ଉନ୍ନତ ପ୍ରଦର୍ସନ ଯୋଗୁଁ ନ୍ୟୁଜାଲାଣ୍ଡର ଅଫ ଦ ଇୟରରେ ତାଙ୍କ ନାମ ଘୋଷଣା କରାଯାଇଛି।

ଲୋକି ଫାରଗୁସନ(ନ୍ୟୁଜିଲାଣ୍ଡ)

ନ୍ୟୁଜିଲାଣ୍ଡ ବିଶ୍ଵକପ ନେଇପାରିନଥିଲା ସତ ହେଲେ ଦଳର ପ୍ରଦର୍ଶନ ବେଶ ଭଲ ରହିଥିଲା। ଏହି ବିଶ୍ଵକପରେ ନ୍ୟୁଜିଲାଣ୍ଡର ପେସ ବୋଲର ଲୋକି ଫାରଗୁସନ ଡେବ୍ୟୁ କରିଥିଲେ। ତାଙ୍କ ଡେବ୍ୟୁ ବିଶ୍ଵକପରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୯ଟି ମ୍ୟାଚରୁ ୨୧ଟି ଓ୍ଵିକେଟ ନେଇ ସର୍ବାଧିକ ଓ୍ଵିକେଟ ନେବା ତାଲିକାର ଦ୍ଵିତୀୟ ସ୍ଥାନରେ ରହିଥିଲେ। ଆଫଗାନିସ୍ତାନ ବିପକ୍ଷ ଲିଗ ମ୍ୟାଚରେ ସେ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ।

ଜନି ବେୟାରଷ୍ଟୋ(ଇଂଲଣ୍ଡ)

ଏହି ଇଂଲଣ୍ଡ ଖେଳାଳି ବିଶ୍ଵକପ ୨୦୧୯ରେ ବେଶ ଭଲ ପ୍ରଦର୍ଶନ କରିଥିଲେ। ଏହା ତାଙ୍କର ଡେବ୍ୟୁ ବିଶ୍ଵକପ ଥିଲା। ଏଥିରେ ସେ ୧୧ଟି ମ୍ୟାଚ ଖେଳି ୫୩୨ ରନ କରିଛନ୍ତି। ଧୁଆଁଧାର ବ୍ୟାଟିଂ କରି ବୋଲଙ୍କ ନିଦ ହଜାଇବାର ଦକ୍ଷତା ତାଙ୍କ ପାଖରେ ରହିଛି। ଏହି ବିଶ୍ଵକପରେ ମଧ୍ୟ ତାଙ୍କର ସେହି ରୂପ ଦେଖିବାକୁ ମିଳିଥିଲା। ବିଶ୍ଵକପ ଲିଗ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ।

Comment