ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ବିଦ୍ୟୁତ ଆଘାତରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଦୁଇଟି ଅଲଗା ଅଲଗା ସ୍ଥାନରେ ଏଭଳି ଘଟଣା ଘଟିଛି।

ବ୍ରହ୍ମପୁର ଅଳକାପୁରିରେ ଏକ ଘର ଛାତ ସେଣ୍ଟ୍ରିଂ ଖୋଲିବାବେଳେ ୧୧ କିଲୋଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘର ମାଲିକ ଓ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଘର ମାଲିକ ହେଉଛନ୍ତି ଖଲ୍ଲିକୋଟ ଧୋବାସାହିର ଶରତ ଚନ୍ଦ୍ର ବେହେରା ଓ ମିସ୍ତ୍ରୀ ଜଣକ ହେଉଛନ୍ତି ସଦାନନ୍ଦ ବିହାରର ଅରୁଣ କୁମାର ସାବତ।

ଶରତ ଚନ୍ଦ୍ର ବେହେରା ଅଳକାପୁରୀରେ ଏକ ଘର ନିର୍ମାଣ କରୁଛନ୍ତି। ଘର ନିର୍ମାଣ କାର୍ଯ୍ୟରେ ମିସ୍ତ୍ରୀ ଅରୁଣ ମଧ୍ୟ ଥିଲେ।

ରବିବାର ଅପରାହ୍‌ଣରେ ଅରୁଣ ଛାତର ସେଣ୍ଟ୍ରିଂ ଏକ ଲୁହା ସାହାଯ୍ୟରେ ଖୋଲୁଥିଲେ। ଏହି ସମୟରେ ଘର ନିକଟରେ ଯାଇଥିବା ୧୧ କେଭି ତାର ଲୁହାର ସଂସ୍ପର୍ଶରେ ଆସିଯାଇଥିଲା। ଯାହାଫଳରେ ଅରୁଣ ତାରରେ ଝୁଲି ରହିଯାଇଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିଥିଲେ।

ଘଟଣାସ୍ଥଳରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପଟେ ୧୧ କେଭି ତାର ଉପରେ ରହି ଯାଇଥିବା ଲୁହାକୁ ବାହାର କରିବା ପାଇଁ ଘର ମାଲିକ ଶରତ ଏକ ଝାଡୁ ଧରି ଛାତ ଉପରକୁ ଯାଇଥିଲେ। ଏହି ସମୟ‌ରେ ବିଦ୍ୟୁତ୍ ଆଘାତରେ ସେ ଛିଟିକି ପଡ଼ିଥିଲେ। ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Comment