ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀରରେ ଆର୍ମି ଟ୍ରେନିଂ ନେବେ ଭାରତର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନି। କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ। କିଛି ଦିନ ତଳେ ସେ ଆର୍ମି ଟ୍ରେନିଂ ପାଇଁ ସ୍ଥଳ ସେନାମୁଖ୍ୟ ବିପିନ ରାଓ୍ୱତଙ୍କୁ ଅନୁରୋଧ କରିଥିଲେ। ଏବେ ବିପିନ ରାଓ୍ୱତ ତାଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଟ୍ରେନିଂ ପାଇଁ ମଞ୍ଜୁରୀ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଧୋନିଙ୍କୁ ଇଣ୍ଡିଆନ ଆର୍ମି ସହିତ ଟ୍ରେନିଂ ନେବାକୁ ଅନୁମତି ମିଳିବା ପରେ ସେନାର ପାରାସୁଟ ରେଜିମେଣ୍ଟ ବାଟାଲିୟନ ସହିତ ଟ୍ରେନିଂ ନେବେ। ମାତ୍ର ସେ କୌଣସି ସକ୍ରିୟ ଅପରେସନରେ ଅଂଶ ଗ୍ରହଣ କରିବେ ନାହଁ।

୨୦୧୧ ବିଶ୍ୱକପ୍ ବିଜୟ ପରେ ଧୋନିଙ୍କୁ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ନଲ ପଦବୀ ଦିଆଯାଇଥିଲା। ସେନାର ୧୦୬ ଇନଫାଣ୍ଟ୍ରି ବାଟାଲିୟନରେ ତାଙ୍କୁ ଏହି ପଦବୀ ମିଳିଥିଲା

୨୦୧୫ରେ ଧୋନି ଏଲିଟ ପାରା ରେଜିମେଣ୍ଟ ଅଧୀନରେ ଆଗ୍ରଠାରେ ଟ୍ରେନିଂ ନେଇଥିଲେ।

ସେନା ସହ ୨ ମାସ ରହିବା ପାଇଁ ଧୋନି ବିସିସିଆଇ ଚୟନକମିଟିକୁ ଜଣାଇଥିବାରୁ ରବିବାର ଓ୍ୱେଷ୍ଟେଇଣ୍ଡିଜ ଗସ୍ତ ଲାଗି ଅନୁଷ୍ଠିତ ଭାରତୀୟ ଦଳରେ ତାଙ୍କ ନାଁକୁ ବାଦ ଦିଆଯାଇଥିଲା।

Comment