ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋସନ୍‌ଙ୍କ ଫିଲ୍ମ ‘ସୁପର-୩୦’ ବକ୍ସ ଅଫିସ୍‌ରେ ଜବରଦସ୍ତ ବ୍ୟବସାୟ କରୁଛି। ରିଲିଜ୍‌ ହେବାର ଦ୍ୱିତୀୟ ସପ୍ତାହ ସୁଦ୍ଧା ମାତ୍ର ୧୦ ଦିନରେ ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଛି ଫିଲ୍ମ ‘ସୁପର-୩୦’। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ରିଲିଜ୍‌ ହେବାର ଦ୍ୱିତୀୟ ସପ୍ତାହ ଆରମ୍ଭ ଅର୍ଥାତ୍‌ ଗତ ଶୁକ୍ରବାର ୪.୫୨ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୮.୫୩ କୋଟି, ରବିବାର ୧୧.୬୮ କୋଟି ଟଙ୍କାର ବ୍ୟବସାୟ କରିଛି। ଏଥିସହିତ ବକ୍ସ ଅଫିସ୍‌ରେ ମୋଟ ୧୦୦.୫୮ କୋଟି ଟଙ୍କାର ବ୍ୟବସାୟ କରିଛି ଫିଲ୍ମ ‘ସୁପର-୩୦’।

ବିହାର ପ୍ରିସିଦ୍ଧ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବାୟୋପିକ ହେଉଛି ଫିଲ୍ମ ‘ସୁପର-୩୦’। ହ୍ରିତିକ୍‌ ରୋସନ୍‌ ଏହି ଫିଲ୍ମ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ବିକାଶ ବହଲ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଅନ୍ୟ ପକ୍ଷରେ ଚଳିତ ସପ୍ତାହରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଦି ଲାଇନ୍‌ସ କିଙ୍ଗ’ର ହିନ୍ଦି ରିମେକ୍‌ ବକ୍ସଅଫିସ୍‌ରେ ‘ସୁପର-୩୦’କୁ କଡ଼ା ଟକ୍କର ଦେଉଛି। ସୁଚନାଯୋଗ୍ୟ, ‘ଦି ଲାଇନ୍‌ସ କିଙ୍ଗ’ରେ ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ବଡ଼ ପୁଅ ଆର୍‌ୟନ ଖାନ୍‌ ନିଜ ଭଏସ୍‌ ଦେଇଛନ୍ତି।

Comment