ଓଡ଼ିଶାଲାଇଭ ବ୍ୟୁରୋ

ମହାକାଶରେ ଆଉ ଏକ ଇତିହାସ ରଚିଛି ଭାରତ। ଆଜି ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶ ଧଓ୍ୱନ କେନ୍ଦ୍ରରୁ ଜିଏସଏଲଭି ଏମକେ ୩ ’ବାହୁବଳୀ’ ରକେଟ ସାହାଯ୍ୟରେ ‘ଚନ୍ଦ୍ରଯାନ୨’ର ଉତକ୍ଷେପଣ ସଫଳ ଉତକ୍ଷେପଣ ହୋଇଛି।

ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ‘ଚନ୍ଦ୍ରଯାନ-୨’। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି।

ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଏହି ଚନ୍ଦ୍ରଯାନ ମିଶନ ପାଇଁ ୯୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ପୂର୍ବରୁ ୧୫ ତାରିଖ ରାତି ୨ଟା ୫୧ରେ ଚନ୍ଦ୍ରଯାନ ୨ର ଉତକ୍ଷେପଣ ହେବାର ଥିଲା। ହେଲେ ସେହି ଦିନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

Comment