ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଫନି’ ପରେ ଉଜୁଡ଼ି ଯାଇଥିବା ସବୁଜ ବନାନୀ ନନ୍ଦନକାନନ ବର୍ତ୍ତମାନ ସଳଖୁଛି। ନନ୍ଦନକାନନରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଖୁବ୍‌ଶୀଘ୍ର ନନ୍ଦନକାନନ ପାଣୀ ଉଦ୍ୟାନକୁ ଦୁଇ ବିଦେଶୀ ଅତିଥି ଆସିବେ। ସୁଦୂର ନେଦରଲ୍ୟାଣ୍ଡରୁ ନନ୍ଦନକାନନକୁ ଆଫ୍ରିକାନ୍ ଚିତା ଓ ଜେବ୍ରା ଅଣାଯିବ। ଏନେଇ ସୋମବାର ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନନ୍ଦନକାନନକୁ ଆଫ୍ରିକାନ୍ ଚିତା ଓ ଜେବ୍ରା ଆଣିବାକୁ କେନ୍ଦ୍ରଠାରୁ ଅନୁମତି ମିଳି ସାରିଛି। ଖୁବ୍‌ଶୀଘ୍ର ଏଦିଗରେ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Comment