ଓଡ଼ିଶାଲାଇଭ୍ ବ୍ୟୁରୋ

ମାଓବାଦୀଙ୍କ ଟାର୍ଗେଟରେ ଠିକାଦାର। ଗତକାଲି କଳାହାଣ୍ଡି ଜିଲ୍ଲା ମାଲିପଡା ସାପ୍ତାହିକ ହାଟରେ ଜଣକୁ ମାଓବାଦୀ ଗୁଳି କରି ହତ୍ୟା କରିଥିଲେ। ଆଜି ପୁଣି ଜଣେ ଠିକାଦାରଙ୍କୁ ହତ୍ୟା କରିଥବା ଅଭିଯୋଗ ହୋଇଛି। ଏହି ଠିକାଦାର ହେଲେ  ଭୀମ ଦୋରା। ଗତକାଲି ରାତିରେ କିଛି ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ। ଏହା ପରେ ତାଙ୍କୁ ହତ୍ୟା କରି ଦେଇଥିବା ଜଣାପଡ଼ିଛି।

ଗତକାଲି ଯେଉଁ ଠିକଦାରଙ୍କ ମୃତ୍ୟୁ ହୋଇଥିଲା ସେ ହେଲେ ରାଜେନ୍ଦ୍ର ସାହୁ। ୨୦୧୮ରେ  ପ୍ରାୟ ୩୦ରୁ ୪୦ ମାଓବାଦୀ ବରପଦର ଗାଁରେ ପହଞ୍ଚି ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଖୋଜିଥିଲେ। ଏହି ଖବର ରାଜେନ୍ଦ୍ର ଜାଣିପାରି ଜୀବନ ବଞ୍ଚାଇବା ପାଇଁ ଖସି ପଳାଇଥିଲେ।

ସେହି ରାଗରେ ମାଓବାଦୀ ମାନେ ଜେସିବିରୁ ଡିଜେଲ ବାହାର କରି ଜେସିବି ସହ ବାଇକକୁ ପୋଡ଼ି ଦେଇଥିଲେ। ସେହି ଦିନଠାରୁ ରାଜେନ୍ଦ୍ର ଭବାନୀପାଟଣାରେ ରହି ଆସଥିୁଲେ। କିଛିଦିନ ହେବ ନିଜ ଗ୍ରାମ ବରପଦରକୁ ଆସି ନିଜସ୍ୱ ଏକ ଘର ନିର୍ମାଣ କରୁଥିଲେ  ସେ ଆଜି ମାଲିପଡା ସାପ୍ତାହିକ ହାଟକୁ ପରିବା କିଣିବା ପାଇଁ ଆସିଥିଲେ। ପରିବା କିଣି ଗାଡ଼ି ଡିକିରେ ରଖିବା ବେଳେ ରବିବାର ମଧ୍ୟାହ୍ନ ୧୨ଟା ସମୟରେ ସାଧା ପୋଷାକରେ ୨ଜଣ ଲୋକ ଆସି ତାଙ୍କ ଉପରକୁ ୩ରୁ ୪ରାଉଣ୍ଡ ଗୁଳି ମାରିଥିଲେ।

ତାଙ୍କ ଛାତିରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡିଥିଲ। ସାହୁଙ୍କ ମରଶରୀର ମଣ୍ଡୁ ପାଖରେ ଏକ ଚିଠି ଲେଖି ରଖିଥିବା ବେଳେ ଗୋଡ ପଟେ ଏକ ସାଧା କାଗଜ ଛାଡି ସେମାନେ ଫେରାର୍ ହୋଇଯାଇଥିଲେ। ମାଓବାଦୀମାନେ ରାୟଗଡ଼ା ଏରିଆ କମିଟିର ବୋଲି ମିଳିଥିବା ଚିଠିରୁ ଜଣାଯାଉଛି।

ଗୁଳି ଫୁଟିବା ବେଳେ ହାଟରେ ଉପସ୍ଥିତ ଲୋକେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇଥିଲେ। ଘଟଣା ଘଟିବା ପରେ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ବିଜେପରୁ ଥାନାକୁ ଆସି ଜଣାଇଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ପୁଲିସ ପ୍ରଶାସନ ପହଞ୍ଚିନଥିଲେ। ଦୀର୍ଘ ୫ଘଣ୍ଟା ଘଟଣାସ୍ଥଳରେ ମରଶରୀର ଧରି ପୁଲିସକୁ ଅପେକ୍ଷା କରିଥିଲେ ମଧ୍ୟ କୌଣସି ପୁଲିସ ନ ପହଞ୍ଚିବାରୁ ବାଧ୍ୟ ହୋଇ ଏକ ଖଟିଆରେ ଗ୍ରାମବାସୀ ଓ ପରିବାର ମିଳିତ ଉଦ୍ୟମରେ ପ୍ରାୟ ୫କି.ମି ଦୂର ବରପଦର ନିଜ ଘରକୁ ନେଇଥିଲେ।

Comment