ଓଡ଼ିଶାଲାଇଭ ବ୍ୟୁରୋ

ଦେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଏକ ନୂଆ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଦେଶରୁ ୨୦୨୫ ସୁଦ୍ଧା ପେଟ୍ରୋଲ/ଡିଜେଲ ଚାଳିତ ଗାଡ଼ିକୁ ବନ୍ଦ କରିବା ଲକ୍ଷ୍ୟରେ ରହିଛନ୍ତି। ୨୦୨୩ ପରେ ପେଟ୍ରୋଲ ଓ ଡିଜେଲ ଚାଳିତ ତିନି ଚକିଆ ଓ ଚାରି ଚକିଆ ଗାଡ଼ି ପରେ ୨୦୨୫ରେ ଦୁଇ ଚକିଆ ଗାଡ଼ି ମଧ୍ୟ ବନ୍ଦ ହୋଇଯିବ।

ପ୍ରଦୂଷଣକୁ ରୋକିବାକୁ ଏଭଳି ପ୍ରସ୍ତାବ ଦେଇଛି ନୀତି ଆୟୋଗ। ପୋଟ୍ରୋଲ/ଡିଜେଲ ଗାଡ଼ି ବଦଳରେ ଇଲେକ୍ଟ୍ରିକ ଗାଡ଼ିକୁ ପ୍ରୋତ୍ସାହନ ଦେବାପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର।

୨୦୦୧ରେ ଭାରତରେ ଇଲେକ୍ଟ୍ରିକ ଗାଡ଼ି ଚାଲିବା ଆରମ୍ଭ କରିଥିଲେ ମଧ୍ୟ ୨୦୧୭ରୁ ଏହା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ବଜେଟରେ ଏଥିଲାଗି ୧୦ ହଜାର କୋଟିର ବଜେଟ ଘୋଷଣା ହୋଇଛି। ଇଲେକ୍ଟ୍ରିକ ଗାଡ଼ିର ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ୫% ଜିଏସଟି କମାଇ ଦିଆଯାଇଛି।

ଏହି କାର୍ଯ୍ୟ ଜାରି ହୋଇଗଲେ ଭାରତ ୟୁରୋପ ଓ ଚୀନ ସହ ଯୋଡ଼ି ହୋଇଯିବ। ପୂର୍ବରୁ ପ୍ରଦୂଷଣକୁ ରୋକିବାକୁ ନରଓ୍ଵେ, ବ୍ରିଟେନ ଓ ଚୀନ ଇଲେକ୍ଟ୍ରିକ ଗାଡ଼ି ଉତ୍ପାଦନକୁ ତ୍ଵରାନିତ କରିଛନ୍ତି।

Comment