ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ଶ୍ରୀମନ୍ଦିରକୁ ହ୍ଵିଲଚେୟାରରେ ଆସୁଥିବା ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେ। ସୋମବାର ଓଡ଼ିଶା ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ବହୁତ ପୁରୁଣା ଶ୍ରୀମନ୍ଦିରର ଏହି ରାମ୍ପ ସୁବିଧାକୁ ପ୍ରଚଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଜଗମୋହନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଏକ ମାମଲା ଶୁଣାଣି ବେଳେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ଏକମାସ ଭିତରେ ଉତ୍ତର ଦ୍ଵାର ପାଖରେ ଏକ ରାମ୍ପ କାର୍ଯ୍ୟ ସମ୍ପନ୍ନ କରିବାକୁ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାମ୍ପରେ କେବଳ ଭିନ୍ନକ୍ଷମ, ଗର୍ଭବତୀ ମହିଳା, ବୃଦ୍ଧମାନଙ୍କ ପାଇଁ ଉପଲବ୍ଧ ହେବ।

ଅନ୍ୟପକ୍ଷରେ ଆମିକସ୍ କ୍ୟୁରି ଏନ କେ ମହାନ୍ତି ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀମନ୍ଦିରର କିଛି ସ୍ଥାନର ମରାମତି କାମର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ମନ୍ଦିର ମରାମତି କାର୍ଯ୍ୟ ଶେଷ ହୋଇ ଆସିଲାଣି। ଦଧିନୈତି ଯୋଗୁଁ ମନ୍ଦିର ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ।

Comment