ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନଭର୍ସିଟି) ଦ୍ୱାରା ପରିଚାଳିତ କୃଷିଭିତ୍ତିକ ରିସର୍ଚ୍ଚ ସର୍ଭିସେସ୍ ପରୀକ୍ଷାରେ ଡକ୍ଟର ଲିକନ୍ କୁମାର ଆଚାର୍ଯ୍ୟ ପ୍ଲାଣ୍ଟ ପାଥଲୋଜି ବିଭାଗରେ ଭାରତରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।

ଏଗ୍ରିକଲ୍‌ଚରାଲ୍ ସାଇନ୍‌ଟିଷ୍ଟସ୍ ରିକ୍ରୁଇଟମେଣ୍ଟ ବୋର୍ଡ ପକ୍ଷରୁ ପରିଚାଳିତ ଏହି ସର୍ବଭାରତୀୟ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି ଡକ୍ଟର ଲିକନ ଆଚାର୍ଯ୍ୟ।

ଡକ୍ଟର ଲିକନ ଆଚାର୍ଯ୍ୟ ଓୟୁଏଟି ଅନ୍ତର୍ଗତ ଚିପ୍‌ଲିମା କୃଷି କଲେଜରୁ ସ୍ନାତକ ଡିଗ୍ରୀ  ହାସଲ କରିଥିବାବେଳେ ପଶ୍ଚିମବଙ୍ଗର ବିଧାନଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟରୁ ପ୍ଲାଣ୍ଟ ପାଥୋଲୋଜିରେ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି।

ବର୍ତ୍ତମାନ ଡକ୍ଟର ଲିକନ ଆଚାର୍ଯ୍ୟ ସୋଆ କୃଷି ବିଜ୍ଞାନ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ।

Comment