ଓଡ଼ିଶାଲାଇଭ ବ୍ୟୁରୋ

ପ୍ରତିବର୍ଷ ୩୦ ଜଣ ଗରିବ ପିଲାଙ୍କୁ ମାଗଣାରେ ଆଇଆଇଟି  କୋଚିଂ ଦେଇ ଶତପ୍ରତିଶତ ସଫଳ କରାଉଥିବା ଆନନ୍ଦ କୁମାରଙ୍କ ‘ସୁପର ୩୦’ ବିଶ୍ୱରେ ଏକ ଆଦର୍ଶ ଅନୁଷ୍ଠାନରେ ପରିଣତ ହୋଇଛି।

ଏବେ ଓଡ଼ିଶାରେ ମଧ୍ୟ ସୁପର ୩୦ର ଏକ ବ୍ରାଞ୍ଚ ଖୋଲିବାକୁ ଯାଉଛି। ଏକଥା ନିଜେ କହିଛନ୍ତି ସୁପର ୩୦ ପ୍ରତିଷ୍ଠାତା ବିଶିଷ୍ଟ ଗଣିତଜ୍ଞ ଆନନ୍ଦ କୁମାର।

ଆସନ୍ତାବର୍ଷଠାରୁ ଓଡ଼ିଶାରେ ସୁପର ୩୦ର ପ୍ରବେଶିକା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯିବ। ସେମାନେ କିପରି ଚ୍ୟାଲେଞ୍ଜକୁ ସାମ୍ନା କରି ସଫଳତା ହାସଲ କରିବେ ତାହାର ଟ୍ରେନିଂ ଦିଆଯିବ ବୋଲି ସେ କହିଛନ୍ତି।

ନିକଟରେ ତାଙ୍କ ବାୟୋପିକ ସୁପର ୩୦ର ପ୍ରମୋସନ ପାଇଁ ଆନନ୍ଦ କୁମାର ଓଡ଼ିଶା ଆସିଥିଲେ। ଏହି ଅବସରରେ ସେ ଓଡ଼ିଶାରେ ସୁପର ୩୦ ଖୋଲିବାକୁ ଯୋଜନା ରଖିଥିବା କହିଥିଲେ।

Comment