ଓଡ଼ିଶାଲାଇଭ ବ୍ୟୁରୋ

ପରିଣତ ବୟସରେ ମଧ୍ୟ ଲୋକଙ୍କର ସେବା କରିବାର ଇଚ୍ଛା। କାମରୁ ବଳକା ସମୟ ବାହର କରି ଲାଗି ପଡ଼ନ୍ତି ରାସ୍ତାରେ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କ ସେବାରେ। ପ୍ରତିଦିନ ଦିଲ୍ଲୀ ରାସ୍ତାରେ ମାଗଣା ଅଟୋ-ଆମ୍ଵୁଲାନ୍ସ ସେବା ପ୍ରଦାନ କରନ୍ତି ୭୬ବର୍ଷିୟ ଅଟୋ ଡ୍ରାଇଭର ଅରଜିନ୍ଦର ସିଂ।

ପୂର୍ବରୁ ଅରଜିନ୍ଦର ଦିଲ୍ଲୀରେ ଟ୍ରାଫିକ ପୋଲିସ ଭାବେ କାର୍ଯ୍ୟ କରୁଥିଲେ। ଟ୍ରାଫିକ ଦାୟିତ୍ଵରେ ଥିଲା ବେଳେ ଅନେକ ଦୁର୍ଘଟଣା ଦେଖିଛି ହେଲେ ସାହାର୍ଯ୍ୟ କରିପାରେନି ବୋଲି କହିଛନ୍ତି ଅରଜିନ୍ଦର। ବର୍ତ୍ତମାନ ସେ ଚାକିରିରୁ ଅବସର ପରେ ଅଟୋ ଚଳାଇ ନିଜ ଇଚ୍ଛାକୁ ପୂରଣକରିବାରେ ଲାଗିଛନ୍ତି।

ନିଜ କାମ ସରିବା ପରେ ବଳକା ସମୟରେ ସେ ଦୁର୍ଘଟଣା ଘଟୁଥିବା ସ୍ଥାନମାନଙ୍କରେ ବୁଲିଥାନ୍ତି। ପ୍ରାଥମିକ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ ଓ ଉପକରଣ ତାଙ୍କ ଅଟୋରେ ରହିଥାଏ। ରାସ୍ତାରେ ଯେକୌଣସି ରୋଗୀ କିମ୍ଵା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦେଖନ୍ତି ତାଙ୍କୁ ପ୍ରାଥମିକ ଚିକିତ୍ସା ସହ ଡାକ୍ତରଖାନାରେ ପହଞ୍ଚାଇଥାନ୍ତି।

ନିଜ ଚାକିରି ପରେ କିଛି ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ଏନେଇ ସେ କହନ୍ତି,”ସେବାଠୁ ବଡ଼ କାର୍ଯ୍ୟ କିଛି ନାହିଁ, ଲୋକଙ୍କୁ ସେବା ଦେବା ମୁଁ ମୋର ପ୍ରଧାନ କାର୍ଯ୍ୟ ବୋଲି ଭାବେ। ଯେକୌଣସି ଲୋକ ମୋତେ ମାଗଣାରେ ଔଷଧ ମାଗିଲେ ମଧ୍ୟ ମୁଁ ଦେଇଥାଏ।”

Comment