ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ମେଡିକାଲରେ ପୁଣି ଶବରୁ ଆଖି ଗାଏବ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିଙ୍କ ଆଖି ତାଡ଼ି ନିଆଯିବା ଅଭିଯୋଗ ହୋଇଛି।

ଅନୁଗୁଳ ଜିଲ୍ଲା କୁସ୍‌କିଲ୍ଲା ଗାଁର ଜମ୍ବେଶ୍ୱର ନାୟକ ସୋମବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ପୋଷ୍ଟମର୍ଟମ ପାଇଁ ଶବକୁ ଅନୁଗୁଳ ଚିକିତ୍ସାଳୟ ଅଣାଯାଇଥିଲା। ପୋଷ୍ଟମର୍ଟନ କରିବା ପାଇଁ ଶବଟିକୁ ଶବାଗାରରେ ରଖାଯାଇଥିଲା। କିନ୍ତୁ ମୃତ ଦେହ ଆସିବା ପରେ ଶବରେ ଆଖି ନଥିବା ଦେଖିଥିଲେ ପରିବାର ଲୋକ।

ଶବ ଘରେ ମୃତଦେହ ଥିବା ବେଳେ କେହି ବାମ ଆଖି କେହି ତାଡ଼ି ନେଇଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ। ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ। ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ପୂର୍ବରୁ ଅନୁଗୁଳ ଚିକିତ୍ସାଳୟରେ ଜଣେ ୪ବର୍ଷ ଝିଅର ଶବରୁ ଆଖି ଗାଏବ ହୋଇଥିଲା। ଏହାପରେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ସୃଷ୍ଟି ହୋଇଥିଲା। ଏବେ ପୁଣି ଏହି ଘଟଣା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment