ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ପପୁଲାର ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋଣ ଏବେ ଆଗାମୀ ଫିଲ୍ମ ’୮୩’ ସୁଟିଂରେ ବ୍ୟସ୍ତ। ରଣବୀର ଏହି ଫିଲ୍ମର ସୁଟିଂ ପାଇଁ ଲଣ୍ଡନରେ ରହୁଛନ୍ତି। ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର ରଣବୀର କପୁରଙ୍କ ଭୂମିକାରେ ନଜର ଆସିବେ।

୮୩ ଫିଲ୍ମ ପାଇଁ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କେଫ୍‌ଙ୍କୁ ଅଫର ଆସିଥିଲା। ଫିଲ୍ମ ୮୩ରେ କପିଲ ଦେବଙ୍କ ସ୍ତ୍ରୀ ରୋମୀ ଦେବଙ୍କ ଭୁମିକାରେ ଅଭିନୟ କରିବା ଲାଗି କ୍ୟାଟ୍ରିନାଙ୍କୁ ଅଫର ମିଳିଥିଲା। କିନ୍ତୁ ପରେ ଦୀପିକା ପାଦୁକୋଣଙ୍କୁ ଫିଲ୍ମଟିର ଅଫର ମିଳିଥିଲା।

ଫିଲ୍ମ ୮୩ର କାହାଣୀ ୧୯୮୩ କ୍ରିକେଟ୍‌ ବିଶ୍ୱକପ୍‌ ଉପରେ ଆଧାରିତ।

ଫିଲ୍ମରେ ମୁଖ୍ୟ ଭୂମିକାରେ ରଣବୀର ସିଂହଙ୍କ ସମେତ ସାକିବ୍ ସଲିମ୍‌, ହାର୍ଡି ସିନ୍ଧୁ, ପଙ୍କଜ୍ ତ୍ରିପାଠୀ ନଜର ଆସିବେ।

୮୩ ହିନ୍ଦୀ, ତାମିଲ ଓ ତେଲେଗୁ ଭାଷାରେ ୧୦ ଏପ୍ରିଲ ୨୦୨୦ରେ ରିଲିଜ୍ ହେବ।

Comment