ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨ଥର ଆଖି ଗାଏବ ହେବା ଘଟଣାରେ ତଦନ୍ତ ଦାବି କରିଛି ବିଜେପି। ଜିଲ୍ଲା ବିଜେପି ଏହାକୁ ବିରୋଧ କରି ଆସନ୍ତାକାଲି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି।

ନିକଟରେ ଏକ ୪ବର୍ଷ ଝିଅର ଶବରୁ ଆଖି ତାଡ଼ି ନେବା ଘଟଣାର ୨ଦିନ ନପୁରୁଣୁ ଗତକାଲି ଜଣେ ଯୁବକଙ୍କ ଶବରୁ ଆଖି ଗାଏବ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ବାରମ୍ଵାର ଘଟୁଥିବାରୁ ଏହାକୁ ବିରୋଧ କରିବା ସହ ତଦନ୍ତ ଦାବି କରିଛି ବିଜେପି। ଏହାସହ ଅନୁଗୁଳ ବସଷ୍ଟାଣ୍ଡରେ ଜଣେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ମଧ୍ୟ ତଦନ୍ତ ଦାବି କରିଛି।

ଗତକାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ପୋଷ୍ଟ ମର୍ଟମ ପାଇଁ ଶବଗୃହରେ ରଖାଯାଇଥିଲା। ପରେ ପୋଷ୍ଟ ମର୍ଟମ ପାଇଁ ଯେତେବେଳେ ଶବ ଆସିଥିଲା ସେଥିରେ ଗୋଟିଏ ଆଖି ନଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ଜୁଲାଇ ୧୯ରେ ଜଣେ ୪ବର୍ଷର ନାବାଳିକା ଶବରୁ ଆଖି ଗାଏବ ହୋଇଥିଲା। ମୃତ୍ୟୁ ପରେ ମୃତ୍ୟୁ ଦେହକୁ ଶବାଗାରରେ ରଖାଯାଇଥିଲା। ପରେ ଶବରେ ଦୁଇଟି ଆଖି ଗାଏବ ଥିବା ପରିବାର ଲୋକେ ଦେଖିଥିଲେ। ଏହାପରେ ନାବାଳିକାର ବାପା ଡାକ୍ତରଖାନାରେ ଅଭିଯୋଗ କରିଥିଲେ।

Comment