ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ୨୦୧୮-୧୯ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଈପ୍‌ସିତା ଅଭିନନ୍ଦିତା ମିଶ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଦ୍ଵିତୀୟ ସ୍ଥାନରେ ତନ୍ମୟ ରଞ୍ଜନ ଦାସ, ତୃତୀୟ ସ୍ଥାନରେ ଶ୍ରୁତକିର୍ତ୍ତି ଆଚାର୍ଯ୍ୟ ରହିଛନ୍ତି।

ଓଜେଏସ୍‌ରେ ମୋଟ୍ ୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨୬ ଜଣ ଛାତ୍ରୀ ଓ ୧୫ ଜଣ ଛାତ୍ର।

ଓପିଏସସି ପକ୍ଷରୁ ୨୦୧୮-୧୯ ବର୍ଷ ପାଇଁ ମୋଟ୍ ୨୭୫୨ ଜଣ ପରୀକ୍ଷାର୍ଥୀ ପ୍ରିଲିମିନାରି ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୫୧୩ଜଣ ପୀରକ୍ଷାର୍ଥୀ ମୌଖିକ ପରୀକ୍ଷା ଦେବାକୁ ଚୟନ ହୋଇଥିଲେ। ମୌଖିକ ପରୀକ୍ଷାରେ ମୋଟ୍ ୬୩ ଜଣ କୃତକାର୍ଯ୍ୟ ହୋଇଥିଲେ।

ସାକ୍ଷାତକାର ପରୀକ୍ଷାରେ ୪୧ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Comment