ଓଡ଼ିଶାଲାଇଭ୍ ବ୍ୟୁରୋ

କାରଗିଲ ଯୁଦ୍ଧରେ ଶତାଧିକ ଯବାନଙ୍କ ଜୀବନ ବଞ୍ଚାଇଥିବା ମହିଳା ପାଇଲଟଙ୍କ ଚରିତ୍ରରେ ଅଭିନୟ କରିବେ ଜାହ୍ନବୀ କପୁର।

୨୦୧୮ରେ ଧଡକ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଜାହ୍ନବୀ କପୁର। ପଥମ ଫିଲ୍ମରୁ ହିଁ ଦର୍ଶକଙ୍କ ମନରେ ଘର କରିନେଇଥିଲେ। ଏବେ ସେ ତାଙ୍କର ଅପକମିଙ୍ଗ ପିଲ୍ମ ପାଇଁ ବ୍ୟସ୍ତ ରହିଛନ୍ତି।

ଜାହ୍ନବୀଙ୍କ ପାଖରେ ଏବେ ଦୁଇ ଦୁଇଟି ଫିଲ୍ମ ତଥା କରଣ ଜୋହରଙ୍କ ଫିଲ୍ମ ‘ତଖ୍‌ତ’ ଓ ଇଣ୍ଡିଆନ ଏୟାରଫୋର୍ସ ପାଇଲଟ ଗୁଞ୍ଜନ ସକ୍‌ସେନାଙ୍କ ବାୟୋପିକ ଫିଲ୍ମର  ଅଫର ରହିଛି।

‘ତଖ୍‌ତ’ ଫିଲ୍ମର ସୁଟିଂରେ ଆହୁରି ସମୟ ରହିଛି ତେଣୁ ଥିବାରୁ ଜାହ୍ନବୀ ଏବେ ଗୁଞ୍ଜନ ସକ୍‌ସେନାଙ୍କ ବାୟୋପିକ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଗୁଞ୍ଜନ ସକସେନା ଚରିତ୍ରରେ ଅଭିନୟ କରିବେ ଜାହ୍ନବୀ।

ଫିଲ୍ମ ପାଇଁ ଓଜନ ବଢ଼ାଇବେ ଜାହ୍ନବୀ

ଏଥିପାଇଁ ସେ କଡ଼ା ପ୍ରସ୍ତୁତ କରୁଛନ୍ତି। ଫିଲ୍ମ ପାଇଁ ନିଜ ଓଜନ ବଢ଼ାଉଛନ୍ତି ଜାହ୍ନବୀ। ଫିଲ୍ମ ପାଇଁ ତାଙ୍କୁ ୬ କିମ୍ବା ୭ କିଲୋଗ୍ରାମ ଓଜନ ବଢ଼ାଇବାକୁ ପଡ଼ିବ। ଏହା ତାଙ୍କ ପାଇଁ ଚାଲେଞ୍ଜ ହୋଇପାରେ କାରଣ ଜାହ୍ନବୀ ଫିଟନେସକୁ ନେଇ ବେଶ୍ ସଚେତନ।

ଏହି ଫିଲ୍ମର ସୁଟିଙ୍ଗ ଫେବ୍ରୁଆରି ବା ମାର୍ଚ୍ଚରେ ଆରମ୍ଭ ହେବ। ଇନଷ୍ଟାଗ୍ରାମରେ ଗୁଞ୍ଜନ ସକସେନାଙ୍କ ଗେଟ୍‌ଅପରେ ଜାହ୍ନବୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଗୁଞ୍ଜନ ସକସେନାଙ୍କୁ ଅନୁକରଣ କରିଛନ୍ତି। ଏହି ଫଟୋରେ ସେ ପାଇଲଟ ୟନିଫର୍ମରେ ନଜର ଆସିଛନ୍ତି।

କିଏ ଗୁଞ୍ଜନ ସକ୍‌ସେନା?

ଗୁଞ୍ଜନ ସକ୍‌ସେନା ହେଲେ ପ୍ରଥମ ମହିଳା ଆଇଏଏଫ୍ ପାଇଲଟ। ୧୯୯୯ ମସିହା କାରଗିଲ ଯୁଦ୍ଧରେ ଗୁଞ୍ଜନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥଲା। କାରଗିଲ ଯୁଦ୍ଧରେ ଯୁଦ୍ଧସ୍ଥଳରୁ ଆହତ ଯବାନଙ୍କୁ ଆଣିବା କାମ କରିଥିଲେ ଗୁଞ୍ଜନ। ଏହି ସମୟରେ ଯବାନଙ୍କୁ ଖାଦ୍ୟ, ମେଡିକାଲ ସୁବୁଧା ଆଦି ଯୋଗାଇବାର କାର୍ଯ୍ୟ କରିଥିଲେ ସେ। ଏଥିସହ ପାକିସ୍ଥାନ ୱାର ଜୋନ ଉପରେ ନଜର ରଖିବା ଦାୟିତ୍ୱ ତାଙ୍କ ଉପରେ ରହିଥିଲା। ବିନା ହତିଆରରେ ସେ ଯୁଦ୍ଧର ସାମ୍ନା କରିଥିଲେ। ତାଙ୍କର ଏଭଳି ସାହାସିକତା ପାଇଁ ତାଙ୍କୁ ସୌର୍ୟ ଚକ୍ର ସମ୍ମାନ ଦିଆଯାଇଥିଲା।

ତାଙ୍କର ଜୀବନୀ ଉପରେ ଏବେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି।

Salam Sahid

Comment