ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ପୁଣିଥରେ ବିଧାନସଭାରେ ଉଠିଲା ନାବାଳିକା ଦୁଷ୍କର୍ମ ଘଟଣା। ଏହାସହ ଶିଶୁ ନିଖୋଜ ପ୍ରସଙ୍ଗରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭା ହୁଲସ୍ତୁଲ କରିଥିଲେ। ବିରୋଧୀ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଯାହାଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ଆରମ୍ଭରୁ ବିରୋଧୀ ଗୃହ ଅଚଳ କରିଥିଲେ। ଏହି ପ୍ରସଙ୍ଗରେ ସୋମବାର ବିଧାନସଭାରେ ଆଲୋଚନା ହୋଇଥିଲା। ଏହାଦୟସହ ବିରୋଧୀ ଦଳ ନେତା କହିଥିଲେ ଯେ ଚାରି ବର୍ଷ ଧରି ଶିଶୁ ନିଖୋଜ ହେଉଛନ୍ତି। ଏଭଳି ସମ୍ବେଦନଶୀଳ ବିଷୟ ଉପରେ ସରକାର ଅବଗତ ଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି। ଶିାଉଙ୍କ ସୁରକ୍ଷା ପାଇଁ ସରକାର ଆଦୌ ସଚେତନ ନାହାନ୍ତି।

ବିରୋଧୀମାନଙ୍କ ନାରାବାଜି ପାଇଁ ଗୃହରେ ପ୍ରଶ୍ନକାଳ ଚଳାଇବା ସମ୍ଭବ ହୋଇ ପାରି ନଥିଲା। ଫଳରେ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି।

Comment