ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନାବାବଳିକା ଦୁଷ୍କର୍ମ ଓ ନିଖୋଜ ମାମଲାକୁ ନେଇ ଆଜି ପୁଣିଥରେ ବିଧାନସଭା ହୁଲସ୍ତୁଲ ହୋଇଥିଲା। ବିରୋଧୀଙ୍କ ନାରାବାଜୀ ଓ ସ୍ଲୋଗାନରେ ଆଜି ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ବାଚସ୍ପତିଙ୍କୁ ୭ ଥର ଗୃହ ମୁଲତବି କରିବାକୁ ପଡ଼ିଥିଲା।

ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓ ଇସ୍ତଫା ଦାବି କରିଥିଲା। ଫଳରେ ବାଚସ୍ପତି ବୁଧବାର ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ।

ବୁଧବାର ନାବାଳିକା ନିଖୋଜ ଓ ଦୁଷ୍କର୍ମ ମାମଲାରେ ବିଧାନସଭାରେ ମୁଲତବି ଆଲୋଚନା ହେବ।

‘‘ବିରୋଧୀଙ୍କୁ ସରକାର ଭୟ କରୁଛନ୍ତି। ଫଳରେ ଗୃହକୁ ବାରମ୍ବାର ମୁଲତବି କରାଯାଉଛି। ନାବାଳିକା ନିଖୋଜ ଓ ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ତାଙ୍କ ପଦବୀରେ ରହିବାର ନୈତିକତା ହରାଇଛନ୍ତି। ସେ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ’’, କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

ନାବାଳିକା ନିଖୋଜ ଏବଂ ଦୁଷ୍କର୍ମ ମାମଲା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ମଧ୍ୟ ଦାବି କରୁଛୁ’’, କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି।

ନାବାଳିକା ଦୁଷ୍କର୍ମ ଏବଂ ନିଖୋଜ ମାମଲାକୁ ନେଇ ଗତକାଲି ବିଧାନସଭାରେ ବିରୋଧୀ କଂଗ୍ରେସ ଏବଂ ବିଜେପି ଧାରଣା ଦେଇଥିଲେ।

Comment