ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଦିନ ବିଭିନ୍ନ ଅତିଥିଙ୍କ ସହ ସାକ୍ଷାତ କରିଥାନ୍ତି।  ବିଦେଶୀ ଅତିଥୀଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କ ତାଙ୍କ ନିକଟକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥାନ୍ତି।

କିନ୍ତୁ ମଙ୍ଗଳବାର ମୋଦିଙ୍କ ନିକଟକୁ ଜଣେ ଖାସ ଅତିଥି ଆସିଥିଲେ। ଏହି ଖାସ ଅତିଥିଙ୍କ ସହ ମୋଦି ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ମୋଦି ଛୋଟପିଲାଙ୍କ ସହିତ ଖେଳୁଥିବା ନଜର ଆସିଛନ୍ତି।

 

View this post on Instagram

 

A very special friend came to meet me in Parliament today.

A post shared by Narendra Modi (@narendramodi) on

ଇନଷ୍ଟାଗ୍ରାମରେ ଫଟୋ ଡାଉନଲୋଡ କରି ମୋଦି ଲେଖିଛନ୍ତି, ‘‘ଆଜି ସଂସଦରେ ଜଣେ ଖାସ ବନ୍ଧୁ ମୋତେ ଦେଖା କରିବାକୁ ଆସିଥିଲେ।’’

ଏହି ଛୋଟ ପିଲା କିଏ ତାହା ତ ଜଣାପଡ଼ିନି କିନ୍ତୁ ମୋଦି ଏହି ଫଟୋ ଅପଲୋଡ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ଛୋଟ ପିଲାଙ୍କ ପ୍ରତି ମୋଦିଙ୍କ ସ୍ନେହ କାହାକୁ ଅଛପା ନାହିଁ। ଏହାପୂର୍ବରୁ ମଧ୍ୟ ମୋଦିଙ୍କୁ ଛୋଟ ପିଲାଙ୍କ ସହ ଖେଳୁଥିବା ଦେଖାଯାଇଛି। ଛୋଟ ପିଲାଙ୍କ ସହ ମୋଦିଙ୍କର ଫଟୋ ବି ପୂର୍ବରୁ ଭାଇରାଲ ହୋଇଛି।

Comment