ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବାହୁବଳୀ ଫେମ ସୁପରଷ୍ଟାର ପ୍ରଭାସ ଏବେ ତାଙ୍କ ଆଗାମୀ ଫିଲ୍ମ ବିଗ ବଜେଟ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ ହେବାକୁ ଥିଲାବେଳେ ଏବେ ରିଲିଜ ଡେଟରେ ପରିବର୍ତ୍ତନ ହୋଇଛି। ନୂଆ ଡେଟ୍ ଅନୁସାରେ ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ ହେବ।

ରିଲିଜ ଡେଟ୍ ବଦଳିବା ପରେ ଫିଲ୍ମର ନୁଆ ପୋଷ୍ଟର ସାମ୍ନାକୁ ଆସିଛି। ଏହି ପୋଷ୍ଟରରେ ଅଭିନେତା ପ୍ରଭାସ ଓ ଶ୍ରଦ୍ଧାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି।

ପୋଷ୍ଟର ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ଛାଇ ଯାଇଛି। ୟୁଜର୍ସ ଏହାକୁ ଖୁବ ସେୟାର ମଧ୍ୟ କରିଛନ୍ତି। ସାଉଥ୍‌ ଡାଇରେକ୍ଟର ସୁଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

Comment