ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ୍‌ କୋରିଆନ୍‌ ଟେକ୍ନଲୋଜି କମ୍ପାନି ସାମସଙ୍ଗ ଏହାର ଗାଲେକ୍ସି ନୋଟ୍‌-୧୦ ଲଞ୍ଚ କରିବାକୁ ଯାଉଛି। ଆସନ୍ତା ଅଗଷ୍ଟ ୭ରେ ନ୍ୟୁୟର୍କ ସହରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗାଲେକ୍ସି ନୋଟ୍‌-୧୦କୁ ଲଞ୍ଚ କରାଯିବ। ଏନେଇ ଇକମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ ଗାଲେକ୍ସି ନୋଟ୍‌-୧୦ ଲଞ୍ଚିଂର ଟିଜର ରିଲିଜ୍‌ ହୋଇଛି।

ବର୍ତ୍ତମାନଠାରୁ ଇକମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଗାଲେକ୍ସି ନୋଟ୍‌-୧୦ ଲଞ୍ଚ ହେବାର ଏକ ପେଜ୍‌ ତିଆରି କରିଛି। ଏଥିରୁ ଜଣାଯାଉଛି ଯେ, ଗ୍ଲୋବାଲ ଲଞ୍ଚିଂର ଠିକ୍‌ ପରେ ପରେ ଫ୍ଲିପ୍‌କାର୍ଟରେ ଗାଲେକ୍ସି ନୋଟ୍‌-୧୦ ଉପଲବ୍ଧ ହୋଇପାରିବ।

ଲଞ୍ଚ ପୂର୍ବରୁ ସାମସଙ୍ଗ ଗାଲେକ୍ସି ନୋଟ୍‌-୧୦ର ଦାମ୍‌ ଜଣାପଡ଼ିନାହିଁ। ସାଧାରଣତଃ ଗାଲେକ୍ସି ନୋଟ୍‌ ସରିଜ୍‌ର ଦାମ୍‌ ଗାଲେକ୍ସି ଏସ୍‌ ସରିଜ୍‌ଠାରୁ ଅଧିକ ରହିବ। ଶୁଣିବାକୁ ମିଳୁଛି, ଗାଲେକ୍ସି ନୋଟ୍‌-୧୦ର ଦାମ୍‌ ୬୭,୦୦୦ଟଙ୍କାରୁ ଆରମ୍ଭ ହେବ। ଏହା ପୂର୍ବରୁ ଗାଲେକ୍ସି ନୋଟ୍‌-୯ ଭାରତରେ ୬୭,୯୯୦ ଟଙ୍କାରେ ଲଞ୍ଚ ହୋଇଥିଲା।

ଲଞ୍ଚ ପୂର୍ବରୁ ଗାଲେକ୍ସି ନୋଟ୍‌-୧୦ର କିଛି ଫଟୋ ଓ ଏହାର ସ୍ପେସିଫିକେସନ ସମ୍ନାକୁ ଆସିଛି। ବେଞ୍ଚମାର୍କ ୱେବସାଇଟ୍‌ ମୂତାବିକ, ଏହାର ଦୁଇଟି ଭାରିଏଣ୍ଟ ରହିଛି। ଗାଲେକ୍ସି ନୋଟ୍‌-୧୦ ଏବଂ ଗାଲେକ୍ସି ନୋଟ୍‌-୧୦ପ୍ଲସ୍‌। ଏହା ଏକ୍ସିନୋଜ୍‌ ୯୮୨୫ ଚିପ୍‌ସେଟ୍‌ ବିଶିଷ୍ଟ ୭ ନାନୋମିଟର ପ୍ରୋସେସରରେ ତିଆରି ହୋଇଛି।

Comment