ଓଡ଼ିଶାଲାଇଭ୍‌ ବ୍ୟୁରୋ

ହଲିଉଡ୍‌ ଫିଲ୍ମ ‘ଦି ଲାଇନ୍‌ କିଙ୍ଗ’ ଭାରତୀୟ ବକ୍ସ ଅଫିସ୍‌ରେ ଧଆଁଧାର ବ୍ୟବସାୟ କରୁଛି। ରିଲିଜ୍‌ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ‘ଦି ଲାୟନ୍ କିଙ୍ଗ’ ୬୨.୬୫କୋଟି ଟଙ୍କାର ବ୍ୟବସାୟ କରିଛି। ମୁଖ୍ୟତଃ ଏହି ଫିଲ୍ମର ହିନ୍ଧି ଭର୍ସନ ଭାରତରେ ବୋବାଲ ମଚାଇଛି। କାହିଁକି ନାଁ ‘ଦି ଲାୟନ୍ କିଙ୍ଗ’ ଫିଲ୍ମର ହିନ୍ଦି ଭର୍ସନରେ ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ବଡ଼ ପୁଅ ଆର୍‌ୟାନ୍‌ ଖାନ ନିଜ ଭଏସ୍‌ ଦେଇଛନ୍ତି।

ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶଙ୍କ ସୂଚନା ମୂତାବିକ, ‘ଦି ଲାୟନ୍ କିଙ୍ଗ’ ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ୧୧.୦୬ କୋଟି, ଦ୍ୱିତୀୟ ଦିନରେ ୧୯.୧୫ କୋଟି, ରବିବାର ୨୫.୫୪ କୋଟି ଏବଂ ସୋମବାର ୭.୯୦ କୋଟି ଟଙ୍କାର ବ୍ୟବସାୟ କରିଛି। ରିଲିଜ୍‌ ହେବାର ୪ ଦିନ ଭିତରେ ଫିଲ୍ମ ମୋଟ ୬୨.୬୫କୋଟି ଟଙ୍କାର ବ୍ୟବସାୟ କରିଛି। ଏଥିସହିତ ପ୍ରଥମ ସପ୍ତାହରେ ୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ତୃତୀୟ ଡିଜ୍‌ନି ଫିଲ୍ମ ହୋଇପାରିଛି ‘ଦି ଲାୟନ୍ କିଙ୍ଗ’।

ଜୁଲାଇ ୧୯ ତାରିଖରେ ହଲିଉଡ୍‌ ଫିଲ୍ମ ‘ଦି ଲାୟନ୍ କିଙ୍ଗ’ ଭାରତରେ ରିଲିଜ ହୋଇଥିଲା। ଇଂଲିଶ ଓ ହିନ୍ଦି ଭାଷା ସହ ଫିଲ୍ମ ‘ଦି ଲାଇନ୍‌ କିଙ୍ଗ’ ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ଏହା ରିଲିଜ୍‌ ହୋଇଥିଲା। ଭାରତରେ ୧୪,୧୪୦ଟି ପରଦରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା।

Comment