ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ବହୁଦିନ ଧରି ସହରରେ ମାତିଥିବା ଚୋର ତଥା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଜୟପୁର ପୋଲିସ୍‌। ଏହି ଘଟଣାରେ ୨ ଜଣ କଲେଜ ଛାତ୍ରଙ୍କ ସହ ୩ ଜଣଙ୍କୁ ପୋଲିସ୍‌ ଗରିଫ କରିଛି। ପୋଲିସ୍‌ ସେମାନଙ୍କଠାରୁ ଏଟିଏମ୍‌ କାର୍ଡ, ମୋବାଇଲ୍‌ ଫୋନ୍‌, ପାୱାର ବ୍ୟାଙ୍କ୍‌ ଆଦି ଜବତ କରିଛି।

କିଛି ଦିନ ଧରି ଜୟପୁର ସହରର ବିଭିନ୍ନ ସ୍ଥାନରୁ ଚୋରି ଓ ଏଟିଏମ୍‌ ଲୁଟ୍‌ ହେବାର ଖବର ଶୁଣିବାକୁ ମିଳିଥିଲା। ଏହା ପରେ ପୋଲିସ୍‌ ଆରମ୍ଭ କରିଥିଲା ଛାନ୍‌ଭିନ୍‌। ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଥିଲେ ଏହି ଲୁଟେରା ଗ୍ୟାଙ୍ଗ। ଏମାନେ ହେଲେ ଜୟପୁର ପାଲ୍ଲିଗୁଡାର ରଞ୍ଜିତ ହରିଜନ, ବିକ୍ରମ ଦେବ କଲେଜ ଯୁକ୍ତ ୨ କର୍ମସର ଛାତ୍ର ସାଇ କୁମାର ନାୟକ ଏବଂ ଅନ୍ୟଜଣେ ଯୁକ୍ତ ୨ ବିଜ୍ଞାନ ପଢ଼ୁଥିବା ନାବାଳକ ଛାତ୍ର।

ଏମାନେ ଜୟପୁର ପାରାବେଢ଼ାସ୍ଥିତ ମୋବାଇଲ ଦୋକାନରୁ ଚୋରି ଘଟଣା, ଗତ ଜୁନ୍‌ ୨୨ରେ ଜୟନଗର ଏସବିଆଇ ଲୁଟ୍ ଉଦ୍ୟମ, ଜୁନ୍‌ ୨୭ରେ ଆଇଡିବିଆଇ ବ୍ୟାଙ୍କ ଲୁଟ୍ ଉଦ୍ୟମ ମାମଲାରେ ଜଡିତ ଅଛନ୍ତି।

ଏମାନଙ୍କ ଠାରୁ ପୋଲିସ ଲୁଟ୍ ହୋଇଥିବା ୧୫ଟି ମୋବାଇଲ, ଏସୋସରିସ, କିଛିଯନ୍ତ୍ରପାତି କୁ ଜବତ କରିଛି। ଅନ୍ୟପକ୍ଷରେ ଜୟପୁର ସଦରରେ ୬ଟି  ଚୋରି ମାମଲା ହୋଇଥିବା ବେଳେ ୪ଟି ଘଟଣାର ପୋଲିସ ପର୍ଦ୍ଦାଫାସ କରିଥିବା ଏସଡିପିଓ ସାଗରିକା ନାଥ ସୁଚନା ଦେଇଛନ୍ତି।

Comment