ଓଡ଼ିଶାଲାଇଭ ବ୍ୟୁରୋ

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଏନେଇ ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ରବିଶ କୁମାର ଟୁଇଟ କରି ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କହିନାହାନ୍ତି। କାଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାର ମଧ୍ୟସ୍ଥତା ଭାରତ ଗ୍ରହଣ କରିବ ନାହିଁ। କେବଳ ସୀମାପାର ଆତଙ୍କବାଦୀ ପାକିସ୍ତାନ ପକ୍ଷରୁ ବନ୍ଦ ହେଲେ ହିଁ ଆଲୋଚନା ସମ୍ଭବ।

ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ସହ ଟ୍ରମ୍ପଙ୍କର ସୋମବାର ଆଲୋଚନା ହୋଇଥିଲା। ହ୍ୱାଇଟ ହାଉସରେ ହୋଇଥିବା ଏହି ଆଲୋଚନାରେ ଟ୍ରମ୍ପ କହିଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା  କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କହିଛନ୍ତି।

ଯଦି ଭାରତ ଓ ପାକିସ୍ତାନ ମଧ୍ୟସ୍ଥତା କରିବାର ସୁଯୋଗ ମିଳେ ତେବେ ସେ ଖୁସି ହେବେ ବୋଲି କହିଥିଲେ ଟ୍ରମ୍ପ। ସେପଟେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ମଧ୍ୟ ଏହାକୁ ସମର୍ଥନ କରିଥଲେ।

ହେଲେ ଟ୍ରମ୍ପଙ୍କ ଏହି ବୟାନକୁ ଭାରତ ଗ୍ରହଣ କରିନାହିଁ। ଭାରତ କେବେ ବି ଏଭଳି କିଛି ପ୍ରସ୍ତାବ ଆମେରିକାକୁ ଦେଇ ନାହଁ ବୋଲି ରବିଶ କୁମାର ସ୍ପଷ୍ଟ କରିଛନ୍ତି। ଟ୍ରମ୍ପକୁ ଏହି ବୟାନକୁ ନେଇ ଆମେରିକାର ବରିଷ୍ଠ ନେତାମାନେ ବି ତାଙ୍କ ସମାଲୋଚନା କରିଛନ୍ତି।

Comment