ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଲା ପାଟକୁରା ନିର୍ବାଚନର ଭୋଟ ଗଣତି। ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବାଜିମାତ୍‌। ବିଜେପିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ୧୭,୬୫୫ ଭୋଟ୍‌ରେ ମାତ୍‌ ଦେଇ ସାବିତ୍ରୀ ଅଗ୍ରୱାଲ ବିଜୟ ଲାଭ କରିଛନ୍ତି।

ସରିଲା ସମସ୍ତ ୧୮ ରାଉଣ୍ଡର ଭୋଟ ଗଣତି। ଚଳିତ ନିର୍ବାଚନରେ ବିଜେଡିକୁ ୯୫୧୨୬ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ୭୭୫୦୭ ଭୋଟ। ସେହିପରି କଂଗ୍ରେସ ଖାତାରେ ୨୦୯୬ ଭୋଟ ପଡ଼ିଥିବା ବେଳେ ନୋଟାରେ ପଡ଼ିଛି ୪୧୩ ଭୋଟ।  ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଏଥିସହିତ ପାଟକୁରାରେ ବିଜେଡି ପୁଣିଥରେ ବିଜୟ ହାସଲ କରିଛି। ବିଜେଡି ବିଧାୟକ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପ୍ରଥ ମଥର ପାଇଁ ନିର୍ବାଚିତ ହୋଇ ବିଧାନସଭା ଯିବେ। ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ବଡ଼ ଝଟକା ଲାଗିଛି। ଅନ୍ୟପକ୍ଷରେ ଏହି ପରାଜୟ ସହ ବିଜୟଙ୍କ ରାଜନୈତିକ ଜୀବନିର ସମାପ୍ତ ଘଟିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment