ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଛାଡ଼ିଦେଲେ ଅନ୍ୟ ୮ ପ୍ରାର୍ଥୀ ଅମାନତ ହରାଇଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୯୬, ୦୧୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮ ହଜାର ୯୭ ଭୋଟ ମିଳିଛି। ସାବିତ୍ରୀ ବିଜୟୀ ହୋଇଥିବା ବେଳେ ବିଜୟ ପରାଜିତ ହୋଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୧୦୪ ଭୋଟ ପାଇ ଅମାନତ ହାରିଛନ୍ତି। ସେହିପରି ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରଦୀପ କୁମାର ମିଶ୍ରଙ୍କୁ ୩୫୯, କୃପା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ସାମଲଙ୍କୁ ୧୪୯ ଭୋଟ ମିଳିଛି। ଅନ୍ୟ ୫ ଜଣ ସ୍ୱାଧୀନ ପ୍ରାର୍ଥୀ ରତିକାନ୍ତ କାନୁନଗୋଙ୍କୁ ୪୦୮, ପରମାନନ୍ଦ ମହାରଣାଙ୍କୁ ୧୭୦, ପ୍ରଫୁଲ୍ଲ କୁମାର ବେହେରାଙ୍କୁ ୧୭୬, ସଞ୍ଜୟ କୁମାର ସ୍ୱାଇଁଙ୍କୁ ୧୪୧, ଦିବ୍ୟସିଂହ ଦାସଙ୍କୁ ୫୮ ଭୋଟ ମିଳିଛି। କେବଳ ନୋଟାରେ ୪୧୬ ଭୋଟ ପଡ଼ିଛି।

କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ଆସନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ପ୍ରଥମେ ଡେରାବିଶ ବ୍ଲକରୁ ଗଣନା ଆରମ୍ଭ ହୋଇଥିଲା। ପ୍ରଥମ ୧୦ ରାଉଣ୍ଡ ଡେରାବିଶ ବ୍ଲକରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲା ପ୍ରାୟ ୧୫ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଛରେ ପକାଇଥିଲେ। ପରେ ଅବଶିଷ୍ଟ ୮ ରାଉଣ୍ଡ ଗଣନା ହୋଇଥିଲା। ଏହି ରାଉଣ୍ଡରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣତି ହୋଇଥିଲା।

Comment