ଓଡ଼ିଶାଲାଇଭ ବ୍ୟୁରୋ

ମାୟାନଗରୀ ମୁମ୍ବାଇରେ ପୁଣି ଲଗାଣ ବର୍ଷା ହୋଇଛି। ଫଳରେ ବେହାଲ ମୁମ୍ବାଇ। ପ୍ରବଳ ବର୍ଷା କାରଣରୁ ହିନ୍ଦମାତା, ସାୟନ, ଗାନ୍ଧି ମାର୍କେଟ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି। ବିଭିନ୍ନ ଅଞ୍ଚଳରେ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ତେବେ ଆହୁରି ଦୁଇ ଦିନ ଏମିତି ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ସକାଳୁ ଅନ୍ଧେରୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ୨ ଟି କାର୍ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି।

କେବଳ ମୁମ୍ବାଇ ନୁହେଁ ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଲୋକଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ରେଳପଥରେ ପାଣି ଜମି ରହିଥିବାରୁ ରେଳ ଚଳାଚନ ମଧ୍ୟ ବାଧାପ୍ରାପ୍ତ ହୋଇଛି।  ଆଗାମୀ ଦୁଇ ଦିନ ମୁମ୍ବାଇରେ ଏମିତି ସ୍ଥିତି ଲାଗି ରହିବ।

କିଛି ଦିନ ପୂର୍ବରୁ ମୁମ୍ବାଇରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା କାରଣରୁ ମୁମ୍ବାଇର କିଛି ସ୍ଥାନରେ ବାଇକ୍, କାର୍ ଆଦି ରାସ୍ତାରେ ଭାସୁଥିବାର ଦେଖିବାକୁ ମିଳିଥିଲା।

Comment