ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ କେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ ଏଟିଏମ୍‌ ସମ୍ବନ୍ଧୀୟ ଠକେଇରୁ କେମିତି ବଞ୍ଚିବେ।

ଆପଣ ଯଦି ଏଟିଏମ କିମ୍ବା କ୍ରେଡିଟ କାର୍ଡ ସମ୍ବନ୍ଧୀୟ କୌଣସି ଠକେଇ ନେଣଦେଣର ମେସେଜ ମୋବାଇଲ ଫୋନ୍ ତଥା ଇମେଲରେ ପାଆନ୍ତି, ତେବେ ତୁରନ୍ତ ବ୍ୟାଙ୍କ ଯାଇ ଲିଖିତ ଆକାରରେ ଅଭିଯୋଗ କରନ୍ତୁ। ପୁନର୍ବାର ଟଙ୍କା କାରବାର ବନ୍ଦ କରନ୍ତୁ ତଥା ନିକଟସ୍ଥ ଥାନା ଯାଇ ନିଜର ବ୍ୟାଙ୍କଜମାଖାତାର ଅବିକଳ ନକଲ ସହିତ ଲିଖିତ ଭାବରେ ଅଭିଯୋଗ କରନ୍ତୁ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୦୬.୦୭.୨୦୧୭ ନିୟମାବଳୀ ଅନୁଯାୟୀ ଆପଣ ଯଦି ଠକେଇର ଶିକାର ହୁଅନ୍ତି, ତେବେ ଏହି ବାବଦରେ ନିଜର ଆକାଉଣ୍ଟ ଥିବା ବ୍ୟାଙ୍କରେ ତିନି ଦିନ ମଧ୍ୟରେ ଲିଖିତ ଆକାରରେ ଜଣାନ୍ତୁ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମାବଳୀ ଅନୁଯାୟୀ ଯଦି ଆପଣ କାର୍ଡ ବାବଦରେ କୌଣସି ତଥ୍ୟ ଯଥା କାର୍ଡ ନମ୍ବର, କାର୍ଡର ସମୟ ଅବଧି, ସିଭିଭି, ଓଟିପି ସାଇବର ଠକମାନଙ୍କୁ ଦେଇ ନଥିବେ ତା’ହଲେ ଆପଣ ସମସ୍ତ ଟଙ୍କା ଫେରସ୍ତ ପାଇ ପାରିପାରିବେ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୪.୦୬.୨୦୧୯ ର ନିୟମାବଳୀ ଅନୁଯାୟୀ ଆପଣ ଠକେଇ ବାବଦରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର “Complaint Management System (CMS)” ପୋର୍ଟାଲ  https://cms.rbi.org.in/cms/IndexPage.aspx କୁ ଯାଇ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ଆପଣଙ୍କ ଅଭିଯୋଗ ବାବଦରେ ସମସ୍ତ ବିବରଣୀ ପାଇ ପାରିବେ।

Comment