ଓଡ଼ିଶାଲାଇଭ୍ ବ୍ୟୁରୋ

ନାଲ୍‌କୋ ଅନଗୁଳ ସ୍ମେଲଟର୍ ପ୍ଲାଣ୍ଟ ଆକସ୍ମିକ ଅଗ୍ନିକାଣ୍ଡରେ ଆହତ ହୋଇଥିବା କର୍ମଚାରୀମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ନାଲକୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ। ଏହି ଅଘଟଣ ପାଇଁ ଡକ୍ଟର ଚାନ୍ଦ ଗଭୀର ଦୁଃଖ ପ୍ରକାଶ କରିଥିଲେ।

ଆହତ କର୍ମଚାରୀମାନଙ୍କ ପରିବାରବର୍ଗଙ୍କୁ  ଭେଟି ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ ଚିକିତ୍ସା ଖର୍ଚ୍ଚ ନାଲ୍‌କୋ ବହନ କରିବ ବୋଲି ଡକ୍ଟର ଚାନ୍ଦ କହିଥିଲେ।

ନାଲକୋ ସ୍ମେଲଟର୍ ପ୍ଲାଣ୍ଟରେ ମଙ୍ଗଳବାର ଆକସ୍ମିକ ଅଗ୍ନିକାଣ୍ତରେ ଜଣେ କର୍ମଚାରୀ, ଜଣେ ଠିକା କର୍ମଚାରୀ ଏବଂ ଦୁଇ ଜଣ ଆପ୍ରେଣ୍ଟିସ୍ ଆହତ ହୋଇଛନ୍ତି। କମ୍ପାନି କର୍ତ୍ତୃପକ୍ଷଙ୍କ ତତ୍କାଳ ପଦକ୍ଷେପ ଯୋଗୁଁ ଅଗ୍ମିକାଣ୍ଡକୁ ଶିଘ୍ର ଆୟତ୍ତ କରାଯାଇ ପାରିଥିଲା। ଉକ୍ତ ଅଘଟଣର କାରଣ ଜାଣିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି।

Comment