ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଜଣେ ଆଗଧାଡ଼ିର ନାୟକ ଭାବେ ଜ୍ୟୋତି ବେଶ୍ ପରିଚିତ। କଲର୍ସ ଓଡ଼ିଆ ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ମିଠା ମିଠା ଯୋଡ଼ିର ବିଜେତା ‘ମିଠାମିଠା’ ସିନେମା ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ଦର୍ଶକେ ଜ୍ୟୋତିଙ୍କୁ ଖୁବ୍ ପସନ୍ଦ କରୁଛନ୍ତି।

ଏବେ ଜ୍ୟୋତିଙ୍କ ଏକ ନୂଆ ଫିଲ୍ମରେ ନଜର ଅଛି। ଫିଲ୍ମଟିର ନାଁ ହେଉଛି ‘ଚକ୍ରବ୍ୟୁହ’। ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିବେ ଜଣାଶୁଣା ଅଭିନେତ୍ରୀ ଦୀପିକା।

ଅମରେଶ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚକ୍ରବ୍ୟୁହ’ର ପ୍ରଯୋଜନା କରିଛନ୍ତି ରମେଶ ବାରିକ। ଏବେ ଏହାର ସୁଟିଂ ଶେଷ ହୋଇଛି।

ମେଗା ଧାରାବାହିକ ‘ସରଗମ’ରେ ଦୀପିକା ଏବେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି।

ଜ୍ୟୋତି ମିଠାମିଠା ସିନେମା ପରେ ଆଉ ପଛକୁ ଫେରି ନାହାନ୍ତି। ‘ନିଝୁମ ରାତିର ସାଥୀ’, ‘ତୁ ମୋ ହିରୋ’, ‘ହାପିଲକି’, ‘ଓଲେ ଓଲେ ଦିଲ ବୋଲେ’, ‘ଲଭ୍‌ ଅଲଗା ପ୍ରକାର’ ଓ ‘ସାଥୀ ତୁ ଫେରିଆ’ ଆଦି ଫିଲ୍ମରେ ଜ୍ୟୋତି ନିଜ କମାଲ ଦେଖାଇ ସାରିଛନ୍ତି।

Comment