ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ସକାଳ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ପଞ୍ଚମ ରାଉଣ୍ତ ଭୋଟ୍ ଗଣତି ଚାଲିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୮୬୭୩ ଭୋଟ୍‌ରେ ଆଗୁଆ ଅଛି।

ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ୩୦, ୬୦୦ ଭୋଟ୍ ମିଳିଛି। ବିଜେପିର ବିଜୟ ମହାପାତ୍ରଙ୍କୁ ୨୧, ୯୨୭ ଭୋଟ୍ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୮୨୦ ଭୋଟ୍ ପାଇଥିବା ଜଣାପଡ଼ିଛି। ନୋଟାରେ ପଡ଼ିଛି ୧୪୭ ଭୋଟ୍।

ଏଠାରେ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି। ଏହି ସିଟ୍‌ରେ ଜିତିବା ବିଜେଡି ଲାଗି ସମ୍ମାନର ପ୍ରଶ୍ନ ହୋଇଉଠିଛି। ଅପରପକ୍ଷେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରାଜନୈତିକ କ୍ୟାରିଅର ଲାଗି ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

କେନ୍ଦ୍ରାପଡ଼ା ସ୍ୱଂୟ ଶାସିତ କଲେଜରେ ଭୋଟ୍‌ ଗଣତି ଚାଲିଛି। ଭୋଟ୍  ଗଣତି ପାଇଁ ୧୮ଟି ଟେବୁଲର ବ୍ୟବସ୍ଥା କରାଯାଇଛି। 

ମୋଟ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ। ପ୍ରଥମେ ଡେରାବିଶ ବ୍ଲକର ଭୋଟ ଗଣତି କରାଯିବ। ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣନା କରାଯିବାକୁ ବ୍ୟବସ୍ଥା ରହିଛି। ଭୋଟ ଗଣନା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ।

Comment