ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ବିଗ ବି ଅମିତାଭ ବଚ୍ଚନଙ୍କ ସୋସିଆଲ ମିଡିଆ ସକ୍ରିୟତା ବିଷୟରେ ସମସ୍ତେ ଜାଣନ୍ତି। ସେ ଲଗାତର ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରିଥାନ୍ତି। ଏହା ଜରିଆରେ ସେ ତାଙ୍କ ଫ୍ୟାନ୍ସମାନଙ୍କ ସହ ମଧ୍ୟ ଯୋଡ଼ି ହୋଇଥାନ୍ତି।

ହେଲେ ଆପଣ ଜାଣିଛନ୍ତି କି ଅମିତାଭଙ୍କ ସୋସିଆଲ ମିଡିଆ କିଏ ହ୍ୟାଣ୍ଡେଲ କରିଥାନ୍ତି? କିଏ ଲଗାତର ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ କରିଥାନ୍ତି। ଏ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ…

ଅମିତାଭ ବଚ୍ଚନ ଏକଥା ଖୁଲାସା କରିଛନ୍ତି ଯେ ସେ ନିଜେ ହିଁ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ କରିଥାନ୍ତି। ଏକଥାରୁ ଖୁଲାସା ଅମିତାଭ ସୋସିଆଲ ମିଡିଆରେ କହିଛନ୍ତି।

ନିକଟରେ ଅମିତାଭ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ଆଗାମୀ ଫିଲ୍ମ ଗୁଲାବୋ ସିତାବୋର ଲୁକ୍‌କୁ ନେଇ କିଛି ଫଟୋ ସେୟାର କରିଥିଲେ। ସେହି ପୋଷ୍ଟରେ ଅମିତାଭ ଲେଖିଥିଲେ ଯେ ସେ ନିଜେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ କରିଥାନ୍ତି।

Comment