ଓଡ଼ିଶାଲାଇଭ୍ ବ୍ୟୁରୋ

୧. ରାହୁଲ ଗାନ୍ଧି ୧୯ ଜୁନ୍ ୧୯୭୦ରେ ଜନ୍ମ ଗ୍ରହଣ କରିଥିଲେ। ପଣ୍ଡିତ ନେହେରୁଙ୍କ ଅଣନାତି ଓ ଇନ୍ଦିରା ଗାନ୍ଧିଙ୍କ ନାତି ଏବଂ ରାଜୀବ ଗାନ୍ଧିଙ୍କ ପୁଅ ହେଉଛନ୍ତି ରାହୁଲ୍।

୨. ଗାନ୍ଧି-ନେହେରୁ ପରିବାରର ରାହୁଲ ହେଉଛନ୍ତି ପଞ୍ଚମ ପିଢ଼ିର ରାଜନେତା। ରାହୁଲଙ୍କ ଭଉଣୀ ପ୍ରିୟଙ୍କା ରାହୁଲଙ୍କଠାରୁ ବୟସରେ ଛୋଟ।

୩. ରାହୁଲ ଦିଲ୍ଲୀର ସେଣ୍ଟ  କଲମ୍ଵସ୍ ଓ ଡେରାଡୁନର ଡୂନ୍ ସ୍କୁଲରେ ଶିକ୍ଷାଲାଭ କରିଥିଲେ। ୧୯୮୯ରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଥିଲେ। ଇତିହାସରେ ସ୍ନାତକ ଶିକ୍ଷା ଲାଭ କରିବା ପରେ ରାହୁଲ ହାଭାର୍ଡ଼ ବିଶ୍ଵ ବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ। ରାଜୀବ ଗାନ୍ଧିଙ୍କ ନିଧନ ପରେ ସେ ଭାରତକୁ ଫେରି ଆସିଲେ। ଟ୍ରିନିଟି କଲେଜରୁ ରାହୁଲ ଏମ.ଫିଲ୍ କରିଛନ୍ତି।

୪. ରାହୁଲ ତାଙ୍କ ବାପାଙ୍କ ନିର୍ବାଚନମଣ୍ଡଳୀ ଆମେଥିରୁ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

୫. ଦେଶର ରାଜନେତାଙ୍କ ମଧ୍ୟରେ ରାହୁଲ ହେଉଛନ୍ତି ସବୁଠାରୁ ଖୋଲା ମନ୍ତବ୍ୟ ଦେଉଥିବା ନେତା। ବିଗତ କିଛିଦିନ ଧରି ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଆସିଛନ୍ତି ସେ। ମୁସଲିମ ଆତଙ୍କବାଦୀଙ୍କ ଅପେକ୍ଷା ହିନ୍ଦୁ ଆତଙ୍କବାଦୀମାନେ ଭାରତ ପାଇଁ ଅଧିକ ଭୟର କାରଣ ବୋଲି ସେ ଦେଇଥିବା ମନ୍ତବ୍ୟ ଯୋଗୁଁ ତୀବ୍ର ସମାଲୋଚିତ ହୋଇଥିଲେ।

୬. ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ରାହୁଲ ଗାନ୍ଧି ଅତ୍ୟନ୍ତ ଗୋପନୀୟ। ବିଭିନ୍ନ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଯେତେବେଳେ ବିବାହ କଥାଟି ପଚରାଯାଏ ସେ ଏହାକୁ ଆଡେ଼ଇ ଦିଅନ୍ତି। କିନ୍ତୁ ଶୁଣାଯାଏ ତାଙ୍କର ଭେରୋନିକ୍ କାର୍ଟେଲି ନାମ୍ନୀ ଜଣେ ବାନ୍ଧବୀ ଅଛନ୍ତି। ସେ ସ୍ପେନର ଅଧିବାସୀ ଓ ବୃତ୍ତିରେ ଜଣେ ଆର୍କିଟେକ୍ଟ। ସେ ଏବେ ଭେନେଜୁଏଲାରେ ବାସ କରୁଛନ୍ତି।

୭. ରାହୁଲ ୨୦୧୧ ମସିହା ମେ ୧୧ ତାରିଖରେ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ଭଟ୍ଟା ପର୍ସୁଲ୍ ଗାଁର ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ରାହୁଲ ବାହାରିଥିଲେ। ଗିରଫ ହେବାର ୩ ଘଣ୍ଟା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

୮. ରାହୁଲ ଗାନ୍ଧି ହେଉଛନ୍ତି ନୂଆ ଯୁଗର ନେତା। ନିଜ ଦୈନିକ କାର୍ଯ୍ୟକ୍ରମରୁ ସମୟ ବାହାର କରି ସଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବୁଝିଥାନ୍ତି। କେହିକେହି ଏହାକୁ ନିଜ ପ୍ରଚାର ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଥାନ୍ତି।

୯. ରାହୁଲଙ୍କ ପୂରା ଅଫିସ ତାଙ୍କ ବ୍ଲାକବେରି ମୋବାଇଲରେ। ସୋସିଆଲ ମିଡିଆରେ ତାଙ୍କର ଏତେ ଉପସ୍ଥିତି ନାହିଁ। କିନ୍ତୁ ତାଙ୍କ ଟିମ୍ ସମସ୍ତେ ହାଇଟେକ୍।

୧୦. ଭାରତୀୟ ଜାତୀୟ କଂଗ୍ରେସକୁ ଏକ ନୂଆ ଦିଗଦର୍ଶନ ପାଇଁ ସେ ବଦ୍ଧ ପରିକର ଯୁବଶକ୍ତି ଓ ନୂଆ ଚିନ୍ତାଧାରା ବଳରେ ରାହୁଲ କଂଗ୍ରେସକୁ ପୁଣିଥରେ ଭାରତଯୁକ୍ତ କରିବେ ବୋଲି ଆଶା କରାଯାଉଛି।

Comment