ଓଡ଼ିଶାଲାଇଭ୍ ବ୍ୟୁରୋ
୩୦ ଦିନ ପାଇଁ ପାରୋଲରେ ବାହାରିଲେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ।
ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲରେ ଆଜୀବନ କାରାଦାଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ଗୋଟେ ମାସ ପାଇଁ ପାରୋଲରେ ବାହାରିଛନ୍ତି। ନଳିନୀ ଶ୍ରୀହରନ ତାଙ୍କ ଝିଅ ବାହାଘରର ପ୍ରସ୍ତୁତି କରିବା ପାଇଁ ୧ ମାସ ପାଇଁ ବାହାରିଛନ୍ତି। ମାଡ୍ରାସ୍ ହାଇକୋର୍ଟ ଗୋଟେ ମାସ ପାଇଁ ନଳିନୀଙ୍କ ଛୁଟି ମଞ୍ଜୁର କରିଛନ୍ତି।
ଛୁଟି ସମୟରେ ନଳିନୀ ଭେଲୋରରୁ ବାହାରକୁ ଯାଇପାରିବେ ନାହିଁ। ଏହାସହ ରାଜନେତା ଏବଂ ମିଡିଆରେ କଥା ହୋଇପାରିବେ ନାହିଁ।
ପୂର୍ବବର୍ଷ ମଧ୍ୟ ନଳିନୀ ତାଙ୍କ ବାପାଙ୍କ ଦେହାନ୍ତ ଘଟଣାରେ ଗୋଟେ ଦିନ ପାଇଁ ଛୁଟି ନେଇଥିଲେ।
ନଳିନୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଘଟଣାରେ ଫାସୀଦଣ୍ଡାଦେଶ ଘୋଷଣା କରାଯାଇଥିଲା। କିନ୍ତୁ ବର୍ଷ ୨୦୦୦, ୨୪ ଏପ୍ରିଲରେ ତାମିଲନାଡ଼ୁ ସରକାର ତାଙ୍କୁ ଆଜୀବନ କାରାଦାଣ୍ଡର ଦଣ୍ଡାଦେଶ ଘୋଷଣା କରିଥିଲେ।
ଗତ ୨୭ ବର୍ଷ ଧରି ନଳିନୀ ଜେଲ୍ରେ ଅଛନ୍ତି।
ତାମିଲନାଡୁରେ ପ୍ରଚାର ସମୟରେ ଏକ ସଙ୍ଗଠନ ଆତ୍ମଘାତୀ ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣରେ ରାଜୀବ ଗାନ୍ଧି ପ୍ରାଣ ହରାଇଥିଲେ। ଏହାପରେ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇ ୧୯୯୧ ମସିହାରୁ ଜେଲ୍ରେ କଏଦ୍ ଥିଲେ। ଆଜୀବନ ଦଣ୍ଡାଦେଶ ଭୋଗୁଥିବା ଦୋଷୀ ହେଲେ ପେରାରିବଲନ, ମୁରଗନ୍, ନଳିନୀ, ଶାଂତନ, ରବିଚନ୍ଦ୍ରନ, ଜୟକୁମାର ଏବଂ ରବର୍ଟ ପାୟସ। ସମସ୍ତ ଦୋଷୀ ୨୧ ମେ’ ୧୯୯୧ ମସିହାରୁ ଜେଲ୍ରେ ଅଛନ୍ତି।