ଓଡ଼ିଶାଲାଇଭ ବ୍ୟୁରୋ

ପୁଣିଥରେ ଲଗାଣବର୍ଷାରେ ବେହାଲ ମୁମ୍ବାଇ। ଲଗାଣ ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରେଳ ଲାଇନ। ବର୍ଷାପାଣି ଟ୍ରାକରେ ଜମି ରହିଥିବାରୁ ବଦଲାପୁର ଓ୍ୱାନଗାନି ଷ୍ଟେସନ ମଧ୍ୟରେ ମହଲକ୍ଷ୍ମୀ ଏକ୍ସପ୍ରେସ ଅଟକି ରହିଛି। ଏକ୍ସପ୍ରେସର କିଛି ଭାଗ ପାଣିରେ ବୁଡ଼ି ରହିଛି। ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଟ୍ରେନରେ ଥିବା ପ୍ରାୟ ୭୦୦ ଯାତ୍ରୀ

ସିଟି ପୋଲିସ ଓ ଆରପିଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟ୍ରେନ ଭିତରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତରେ ଚାଲିଛି ଉଦ୍ୟମ। ଏନଡିଆରଏଫ୍ ଟିମ ଓ ନୌସେନା ଟିମ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଦୀର୍ଘ ସମୟ ଧରି ଟ୍ରେନ ଅଟକି ରହିଥିବାରୁ ଟ୍ରେନରେ ଯାତ୍ରୀଙ୍କ ଖାଇବା ପିଇବାର ବ୍ୟବସ୍ଥା କରାଯାଉଛି। ଏଥିସହିତ ଟ୍ରେନରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ବିଗତ ୨୪ ଘଂଟା ମଧ୍ୟରେ ମୁମ୍ବାଇରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଛି । ଆଜି ମଧ୍ୟ ସେଠାରେ ପ୍ରବଳ ମାତ୍ରାରେ ବର୍ଷା ହେବାରେ ଲାଗିଛି । ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଏହାଦ୍ୱାରା ଯାନବାହନ ଯାତାୟତରେ ବାଧା ସୃଷ୍ଟି ହୋଇଛି।

Comment