ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍‌ଲାଇନ୍‌ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ ଆସନ୍ତାକାଲି ପାଳିତ ହେଉଛି ‘ସୁପର ସଣ୍ଡେ’। ‘ସୁପର ସଣ୍ଡେ’ରେ ଫ୍ଲିପ୍‌କାର୍ଟ ସୁପର ଫ୍ଲାସ୍‌ ସେଲର ଘୋଷଣା କରିଛି। ଏହି ଦିନ ଫ୍ଲିପ୍‌କାର୍ଟ ୫ଟି ନୂଆ ସ୍ମାର୍ଟଫୋନର ଫ୍ଲାସ ସେଲ କରିବ। ଏହି ୫ଟି ସ୍ମାର୍ଟଫୋନ ହେଉଛି, ରେଡ୍‌ମି କେ୨୦ ପ୍ରୋ, ରେଡମି କେ-୨୦, ରିୟଲମି ଏକ୍ସ, ରିୟଲମି ୩ଆଇ ଏବଂ ରେଡମି ୭ଏ।

ରବିବାର ଦିନ ୧୨ଟାରୁ ଫ୍ଲିପ୍‌କାର୍ଟରେ ଏହି ଫ୍ଲାସ ସେଲ୍‌ ଆରମ୍ଭ କରିବ। ସ୍ମାର୍ଟଫାନର ବିକ୍ରି ସମୟରେ ଫ୍ଲିପ୍‌କାର୍ଟ ତରଫରୁ ସମ୍ପୂର୍ଣ୍ଣ ମୋବାଇଲ ପ୍ରୋଟେକ୍ସନ ପ୍ଲାନ ଦିଆଯିବ। ଷ୍ଟକ୍‌ ସରିବା ଯାଏଁ ଏହି ସ୍ମାର୍ଟଫୋନଗୁଡ଼ିକ ଫ୍ଲିପ୍‌କାର୍ଟରେ ଉବଲବ୍ଧ ରହିବ।

ରିୟଲମି ଏକ୍ସ

  • ମୂଲ୍ୟ – ୧୬,୯୯୯ ଟଙ୍କା
  • ୬.୫୩ ଇଞ୍ଚ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ଡିସପ୍ଲେ
  • ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୭୧୦ ପ୍ରୋସେସର
  • ଡୁଅଲ୍‌ ରିୟର କ୍ୟାମେରା(୪୮+୫) ମେଗାପିକ୍ସେଲ
  • ୧୬ ମେଗାପିକ୍ସେଲ ବିଶିଷ୍ଟ ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା
  • ୩୭୬୫ ଏମ୍‌ଏଚ୍‌ ବ୍ୟାଟେରୀ

ରିୟଲମି ୩ଆଇ

  • ୩ ଜିବି ରାମ୍‌ ଓ ୩୨ ଜିବି ରୋମ୍‌, ମୂଲ୍ୟ – ୭୯୯୯ ଟଙ୍କା
  • ୪ଜିବି ରାମ୍‌ ଓ ୬୪ ଜିବି ରୋମ୍‌, ମୂଲ୍ୟ – ୯,୯୯୯ ଟଙ୍କା
  • ୩ଟି ରଙ୍ଗର ଭାରିଏଣ୍ଟରେ ଏହି ସ୍ମାର୍ଟଫୋନ ଉପଲବ୍ଧ ହେବ – ଡାଇମଣ୍ଡ ବ୍ଲାକ୍‌, ଡାଇମଣ୍ଡ ବ୍ଲ୍ୟୁ ଏବଂ ଡାଇମଣ୍ଡ ରେଡ୍‌।

ରେଡ୍‌ ମି – ୭ଏ

  • ମୂଲ୍ୟ ୬,୯୯୯ ଟଙ୍କା
  • ୫.୪୫ ଇଞ୍ଚ୍‌ ଏଚ୍‌ଡି ଡିସ୍‌ପ୍ଲେ
  • ଅକ୍ଟାକୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୪୩୯ ପ୍ରୋସେସର
  • ୧୨ ମେଗାପିକ୍ସେଲ ରିୟର୍‌ ଏବଂ ୫ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ୪୦୦୦ ଏମ୍‌ଏଚ୍‌ ବ୍ୟାଟେରୀ
  • ଏଣ୍ଡୋଏଡ ୯ ‘ପାଏ’

Comment