ଓଡ଼ିଶାଲାଇଭ ବ୍ୟୁରୋ

ଦୀର୍ଘଦିନରୁ କର୍ଣ୍ଣାଟକରେ ଚାଲିଥିଲା ହାଇ ଭୋଲଟେଜ ପଲିଟିକାଲ ଡ୍ରାମା। ଆଜି ଏହି ଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଜୟୀ ହେବାପରେ କର୍ଣ୍ଣାଟକରେ ରହିଛି ବିଜେପି ସରକାର।

ୟେଦୁରପ୍ପା ଆସ୍ଥା ଭୋଟ ଜିତିବା ପରେ ବାଚସ୍ପତି କେ ଆର୍‌ ରମେଶ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଏଚଡି କୁମାରସ୍ୱାମୀ ସରକାର ଭାଙ୍ଗିବା ପରେ ବିଏସ ୟେଦିୟୁରପ୍ପା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନୂତନ ସରକାରକୁ ବହୁମତ ଦେଖାଇବା ପୂର୍ବରୁ କର୍ଣ୍ଣାଟକ ବିଧାନସଭାର ଅଧ୍ୟକ୍ଷ କେ.ଆର ରମେଶ କୁମାର ରବିବାର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପରେ କର୍ଣ୍ଣାଟକ ବିଧାନସଭାରେ ଏବେ ୨୦୭ ବିଧାୟକ ଅଛନ୍ତି।

ଅର୍ଥାତ ୟେଦିୟୁରପ୍ପାଙ୍କୁ ବହୁମତ ଦେଖାଇବାକୁ ହେଲେ ୧୦୪ ଜଣ ବିଧାୟକଙ୍କ ସମର୍ଥନ ଦରକାର ଥିଲା। ବିଜେପି ନିକଟରେ ୧୦୫ ଜଣ ବିଧାୟକ ଥିଲାବେଳେ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି।

Comment