ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ବଲିଉଡ ଅଭିନେତ୍ରୀ  ଶିଳ୍ପା ସେଟ୍ଟୀ। ବଲିଉଡର ଫିଟନେସ୍ ଆଇକନ୍ ଶିଳ୍ପା ସେଟ୍ଟୀଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ଏକ ଖୁସିର ଖବରା ବଡ଼ ପରଦାରୁ ଦୂରେଇବା ପରେ ସେ କେବଳ ଛୋଟ ପରଦାରେ ରିଆଲିଟି ଶୋ’ରେ କାମ କରୁଥିଲେ।

ପଞ୍ଜାବ ଅଭିନେତା ଦିଲିଜିତ ଓ ୟାମି ଗୌତମଙ୍କ ଆଗାମୀ କମେଡି ସିନେମା ମାଧ୍ୟମରେ ଶିଳ୍ପା ବଡ ପରଦାକୁ କମବ୍ୟାକ୍ କରୁଛନ୍ତି। ତେବେ ଏପଯ୍ୟନ୍ତ ଫିଲ୍ମର ନାମ ସ୍ଥିର ହୋଇନାହିଁ। ହେଲେ ଫିଲ୍ମର କାହାଣୀ ଶିଳ୍ପାଙ୍କୁ ପସନ୍ଦ ଆସିଛି ବୋଲି ଜଣାପଡ଼ିଛି। ଫିଲ୍ମ ନିର୍ମାତା ଅଜିଜ ମିର୍ଜାଙ୍କ ପୁଅ ହାରୁନ ଏ ମିର୍ଜାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ନିର୍ମାଣ ହେବାକୁ ଯାଉଛି।

ଏହି ଫିଲ୍ମରେ ଶିଳ୍ପା ଜଣେ ଲେଖକ ଭୂମିକାରେ ଅଭିନୟ କରିବୋ ଲଣ୍ଡନ ଓ ଗ୍ରୀସରେ ଛୁଟି କାଟୁଥିବା ଶିଳ୍ପା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ମୁମ୍ବାଇ ଫେରିବା ପରେ ଶୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛିା

୧୯୯୩ ର ଥ୍ରିଲର ଫିଲ୍ମ ‘ବାଜିଗର’ ରେ ଶାହାରୁଖ ଖାନ୍ ଓ କାଜଲଙ୍କ ସହ ଶିଳ୍ପା ବଲିଉଡ ଡେବ୍ୟୁ କରିଥିଲୋ

Comment