ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ରେ ହଲିଉଡ ଆନିମେଟେଡ୍‌ ଫିଲ୍ମ ‘ଏଙ୍ଗ୍ରି ବାର୍ଡ’ ବ୍ଲକବଷ୍ଟର ହିଟ୍‌ ହେବା ସହ ଦମ୍‌ଦାର ବ୍ୟବସାୟ କରିଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ସିରିଜ ‘ଏଙ୍ଗ୍ରି ବାର୍ଡ-୨’ ଖୁବ୍‌ଶୀଘ୍ର ପରଦାକୁ ଆସୁଛି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।

ସବୁଠୁ ଖାସ୍‌ କଥା ହେଉଛି, ଏହି ଫିଲ୍ମର ହିନ୍ଦି ଭର୍ସନରେ ବଲିଉଡ କମେଡି କିଙ୍ଗ କପିଲ ଶର୍ମା ନିଜ କଣ୍ଠ ଦାନ କରିଛନ୍ତି। କପିଲଙ୍କ ସହ ଏହି ଫିଲ୍ମରେ କିକୁ ଶାରଦା ଏବଂ ଅର୍ଚ୍ଚନା ପୁରଣସିଂ ମଧ୍ୟ ନିଜ ଭଏସ ଦେଇଛନ୍ତି। ଫିଲ୍ମର ହିନ୍ଦି ଟ୍ରେଲରରେ କପିଲ ଶର୍ମା ଏବଂ କିକୁ ଶାରଦା ମଧ୍ୟରେ ଜବରଦସ୍ତ କମେଡି ଅନ୍ଦାଜ ଦେଖିବାକୁ ମିଳିଛି।

‘ଏଙ୍ଗ୍ରି ବାର୍ଡ-୨’ ପିଲ୍ମରେ କପିଲ ଶର୍ମା ଲିଡ୍‌ ରୋଲ୍‌ ‘ରେଡ୍‌’ ଭୂମିକାରେ ନଜର ଆସିଛନ୍ତି। ସେହିପରି ଲିଓନାର୍ଡ ଭୂମିକାରେ ନଜର ଆସିଛନ୍ତି କମେଡିଆନ୍‌ କିକୁ ଶାରଦା। ଅର୍ଚ୍ଚନା ପୁରଣସିଂଙ୍କୁ ‘ଜେଟା’ ଭୂମିକାରେ ଦେଖିବାକୁ ମିଳିବ। ‘ଏଙ୍ଗ୍ରି ବାର୍ଡ-୨’ ସିରିଜର କାହାଣୀ ଏକ ଆଇସ୍‌ଲ୍ୟାଣ୍ଡର ଖୋଜ୍‌କୁ ନେଇ ନିର୍ମାଣ କରାଯାଇଛି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଥୁରପ୍‌ ଭାନ୍‌ ଓରମାନ୍‌। ଜନ୍‌ କୋହେନ୍‌ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଆସନ୍ତା ଅଗଷ୍ଟ ୨୩ରେ ଏହି ଫିଲ୍ମ ରିଲିଜ ହେବ।

Comment