ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଏବେ କ୍ରିକେଟରୁ ଅଲଗା ହୋଇ ଭାରତୀୟ ସେନା ସହ ସମୟ କାଟୁଛନ୍ତି। ସେ ଟେରିଟୋରିଆଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟରେ ସାମିଲ ହୋଇଛନ୍ତି। ଆର୍ମି ପୋଷାକରେ ଧୋନିଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଯଦି ବଲିଉଡ କଥା କୁହାଯାଏ ତ ଅନେକ କଳାକାର ରିଅଲ ଲାଇଫରେ ନହେଲେ ବି ଫିଲ୍ମରେ ଆର୍ମି ପୋଷାକରେ ନଜର ଆସିଛନ୍ତି।

ଆକ୍ସନ ଥ୍ରିଲର  ଫିଲ୍ମ ହଲିଡେ’ରେ ଖିଲାଡି କୁମାର ଅକ୍ଷୟ କୁମାର ଜଣେ ସେନା ଅଧିକାରୀ ଭୂମିକାରେ ନଜରଆସିଥିଲେ। ଏଥିରେ ସେ ବିରାଟ ବଖ୍ସି ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସୋନାକ୍ଷୀ ମଧ୍ୟ ଥିଲେ।

୨୦୧୯ରେ ରିଲିଜ ହୋଇଥିବା ଉରୀ ଦ ସର୍ଜିକାଲ ଷ୍ଟ୍ରାଇକରେ ଅଭିନେତା ବିକି କୌଶଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏଥିରେ ବିକି ଆର୍ମି ପୋଷାକରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଥିଲା। ଏଥିରେ ଆଉ ଜଣେ ଅଭିନେତା ଥିଲେ ମୋହିତ ରାଇନା। ଟିଭିରେ ମୋହିତ ମହାଦେବରେ ଚରିତ୍ରରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଉରୀ ଫିଲ୍ମରେ ମୋହିତ ବଲିଉଡ ଡେବ୍ୟୁ କରିଥିଲେ।

ଫିଲ୍ମ ଅଧ୍ୟାରୀ ୨୦୧୮ରେ ରିଲିଜ ହୋଇଥିଲା। କ୍ରାଇମ ଥ୍ରିଲର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ନୀରଜ ପାଣ୍ଡେ। ଏଥିରେ ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଚରିତ୍ରରେ ଜଣେ ମେଜରଙ୍କ ଚରିତ୍ରରେ ନଜର ଆସିଥିଲେ।

ସେହିପରି ପରମାଣୁ ଫିଲ୍ମରେ ଅଭିନେତା ଜନ ଆବ୍ରାହମ ମଧ୍ୟ ଆର୍ମି ପୋଷକରେ ନଜର ଆସିଥିଲେ।

Comment