ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୬ ବର୍ଷ ବୟସରୁ ନିଜର ସୁମଧୁର କଣ୍ଠରେ ବଲିଉଡରେ ଧମାଲ ମଚାଇଥିଲେ ଖ୍ୟାତନାମା ସିଙ୍ଗର୍‌ ସୋନୁ ନିଗମ। ମାତ୍ର ୩ ବର୍ଷ ବୟସରେ ତାଙ୍କ ବାପାଙ୍କ ସଙ୍ଗେ ମଞ୍ଚ ଉପରେ  “କ୍ୟା ହୁଆ ତେରା ୱାଦା……” ଗାଇ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ସୋନୁ।

ଆଜି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଜନ୍ମଦିନ। ୧୯୭୩ ଜୁଲାଇ ୩୦ରେ ହରିୟାଣାର ଫରିଦାବାଦରେ ଜନ୍ମ ହୋଇଥିବା ସୋନୁ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡରେ ଲମ୍ବା କ୍ୟାରିୟର ଭିତରେ ସେ ଯେ କେବଳ ଗୀତ କାଇଛନ୍ତି ତାହା ନୁହେଁ ଅଭିନୟରେ ବି ସେ ନିଜର ପାରଦର୍ଶିତା ଦେଖାଇଛନ୍ତି।

ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ଅଜଣା କଥା…

ବହୁତ କମ୍ ବୟସରୁ ଗାୟକ ଭାବେ କ୍ୟାରିୟର ଗଢିବା ଲାଗି ସୋନୁ ୧୯ ବର୍ଷ ବୟସରେ ତାଙ୍କ ବାପାଙ୍କ ସହିତ ମୁମ୍ବାଇ ଚାଲିଆସିଲେ। ମୁମ୍ବାଇରେ ତାଙ୍କୁ ଖବ୍ ସଂଘର୍ଷ କରିବାକୁ ପଡ଼ିଥିଲା।

ସୁପରହିଟ ଗୀତ ଗାଇ ସୋନୁ ଯେତିକି ଚର୍ଚ୍ଚାରେ ଅଛନ୍ତି। ବିବାଦକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଥାନ୍ତି।

କଣ୍ଠଶିଳ୍ପୀ ରୂପେ ସୋନୁଙ୍କ ପ୍ରଥମ ଗୀତ ୧୯୯୦ରେ ଜାନମ୍  ଫିଲ୍ମରେ ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା ।

ତା’ ପରେ ୧୯୯୫ସେ ଆଲ୍‌ବମ ବେୱଫା ସନମ ର ଗୀତ “ଅଚ୍ଛା ସିଲା ଦିଆ…” ଗାଇଲେ, ସେହି ଗୀତକୁ ଆଜିବି ଶ୍ରୋତା ଖୁବ୍ ପସନ୍ଦ କରନ୍ତି।

ଅନୁ ମଲିକଙ୍କ ସଂଯୋଜିତ ବର୍ଡର ଫିଲ୍ମର ଗୀତ “ସନ୍ଦେଶେ ଆତେ ହେଁ…” ତାଙ୍କ ପ୍ରସିଦ୍ଧି ବଢେଇଥିଲା। ତା’ ପରେ ବଲିଉଡରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଭେଟି ଦେଇଥିଲେ। ତା ପରେ ସେ ନୂତନ ପିଢ଼ିଙ୍କ ପାଇଁ ଆଦର୍ଶ ପାଲଟି ଗଲେ। ସୋନୁ ହିନ୍ଦୀ ବ୍ୟତୀତ ଓଡ଼ିଆ ସମେତ ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି।

Comment