ଓଡ଼ିଶାଲାଇଭ୍‌ ବ୍ୟୁରୋ

“ହ୍ୱାଟ୍ସଆପ୍‌ର ୧୦ ବର୍ଷ ପୂର୍ତ୍ତି ଅବସରରେ ଆପଣଙ୍କୁ ମିଳୁଛି ୧୦୦୦ ଜିବିର ଡାଟା ସମ୍ପୂର୍ଣ୍ଣ ମାଗଣା! ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ” ଏଭଳି ମେସେଜ୍‌ ଆପଣଙ୍କ ହ୍ୱାଟ୍ସଆପ୍‌କୁ ଆସିଛି କି? ସାବଧାନ! ଏହା ହ୍ୱାଟ୍ସଆପ୍‌ ପକ୍ଷରୁ ଜାରି ହୋଇଥିବା ମେସେଜ ନୁହେଁ। ଏହା ଏକ ଫେକ୍‌ ମେସେଜ୍‌।

ବିଭିନ୍ନ ସମୟରେ ହ୍ୱାଟ୍ସଆପ୍‌ରେ ମିଛ ତଥା ଭୁଲ ମେସେଜ୍‌ ଭାଇରାଲ ହୋଇଥାଏ। ବର୍ତ୍ତମାନ ସମୟରେ ଏଭଳି ଏକ ମେସେଜ୍‌ ହ୍ୱାଟ୍ସଆପ୍‌ରେ ଘୁରିବୁଲୁଛି। ଯାହା ଏକ ଫେକ୍‌ ମେସେଜ୍‌। ହ୍ୱାଟ୍ସଆପ୍‌ କମ୍ପାନି ଏଭଳି ମେସେଜ୍‌ କେବେ ପଠାଏ ନାହିଁ।

ସାଇବର ସିକ୍ୟୁରିଟି ଫୋରମ ଇଏସ୍‌ଇଟି ହାତରେ ଲାଗିଛି ବର୍ତ୍ତମାନ ଏହି ମେସେଜ୍‌। ତେବେ ଏହା ଏକ ଫେକ୍‌ ମେସେଜ୍‌ ବୋଲି ଇଏସ୍‌ଇଟି କହିଛି। ଏହି ମେସେଜ୍‌ରେ ରହିଥିବା ଲିଙ୍କ ହ୍ୱାଟ୍ସଆପ୍‌ର ଅଫିସିଆଲ ଲିଙ୍କ ନୁହେଁ। ଏହି ଲିଙ୍କରେ କ୍ଲିକ୍‌ କଲେ ଅନ୍ୟ ଏକ ୱେବପେଜ୍ ଖୋଲିଥାଏ। ଏହି ସାଇଟ୍‌ରେ ବିଭିନ୍ନ ନାମିଦାମି କମ୍ପାନିର ମିଛ ଅଫରକୁ ନେଇ ତିଆରି କରାଯାଇଥାଏ।

ଏହି ପେଜ୍‌ରେ ଏମିତି ମଧ୍ୟ କୁହାଯାଇଥାଏ କି, ଯିଦି ଆପଣ ଏହି ଲିଙ୍କ୍‌କୁ ୩୦ ଜଣଙ୍କୁ ପଠାନ୍ତି, ତେବେ ଆପଣ ଏହି ଅଫର୍‌ର ହକ୍‌ଦାର ହେବେ। ତେବେ ଏହା ସମ୍ପୂର୍ଣ୍ଣ ଫେକ୍‌। ଇଏସ୍‌ଇଟି ମୂତାବିକ, ଏହି ଲିଙ୍କ୍‌ରେ କ୍ଲିକ୍‌ କଲେ ଫ୍ରଡ୍‌ କରୁଥିବା ଲୋକର ହିଁ ଫାଇଦା ହେବ। ପ୍ରତି କ୍ଲିକ୍‌ ପିଛା ସେହି ବ୍ୟକ୍ତିକୁ ଟଙ୍କା ମିଳିଥାଏ। ଏଥିପାଇଁ ସ୍କାମର୍ସମାନେ ଏଭଳି ମେସେଜ୍‌ ଭାଇରାଲ କରିଥାନ୍ତି। ତେବେ ଏଭଳି ମେସେଜ୍‌ ପ୍ରତି ଦୂରେଇ ରୁହନ୍ତୁ।

Comment