ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ତଲାକ୍ ବିଲ୍ ରାଜ୍ୟସଭାରେ ପାସ୍‌ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁସଲିମ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ‘‘ଏହି ବିଲ ଗୃହୀତ ହେବା ଅବସରରେ ତିନି ତଲାକ୍‌ର ଅଭିଶାପରୁ ମୁକ୍ତି ପାଇଥିବା ସାରା ଦେଶର ମୁସଲିମ ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି ଆଇନ ମୁସଲିମ ମହିଳାମାନଙ୍କୁ ଏକ କଠୋର ଅଭିଶାପରୁ ମୁକ୍ତି ଦେବ।’’

ଶାହ କହିଛନ୍ତି ଯେ ମୋଦି ସରକାର ମହିଳାମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ସଶକ୍ତିକରଣ ସୁନିଶ୍ଚିତ କରିବା ପ୍ରତି ସମର୍ପିତ। ମୁସଲିମ ମହିଳାମାନଙ୍କ ସମ୍ମାନ ରକ୍ଷା କରିବା ଏବଂ ଏହାକୁ ବଜାୟ ରଖିବା ଦିଗରେ ଏହି ବିଲ ଏକ ଐତିହାସିକ ପଦକ୍ଷେପ। ମୁସଲିମ ମହିଳାମାନଙ୍କ ଜୀବନରେ ଏହା ଆଶା ଏବଂ ସମ୍ମାନର ଏକ ନୂତନ ଯୁଗର ଆରମ୍ଭ କରିବ। ଏବେଠାରୁ ମୁସଲିମ ମହିଳାମାନଙ୍କ ପାଇଁ ଅସୀମିତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ। ସେମାନେ ଏବେ ‘ନୂତନ ଭାରତ’ ଗଠନ ଦିଗରେ ଏକ ପ୍ରଭାବୀ ଭୂମିକା ନିର୍ବାହ କରିପାରିବେ।

Comment