ଓଡ଼ିଶାଲାଇଭ୍ ବ୍ୟୁରୋ

୩୧ରୁ ୩୪ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା।

କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟରେ ଆଉ ୧୦ ପ୍ରତିଶତ ବିଚାରପତି ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ପ୍ରସ୍ତାବ ଅନୁସାରେ ମୁଖ୍ୟ ବିଚାରପତିଙ୍କ ସମେତ ୩୪ ଜଣ ବିଚାରପତି ସୁପ୍ରିମକୋର୍ଟରେ ରହିବେ। ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୦ ଥିଲା। କ୍ୟାବିନେଟ୍ ମଞ୍ଜୁରୀ ପରେ ଏହି ବିଲ୍‌କୁ ସଂସଦରେ ଉପାସ୍ଥାପନ କରାଯିବ।

୨୦୦୮ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୬ରୁ ବଢ଼ାଯାଇ ୩୧ କରାଯାଇଥିଲା।

ଏହାସହ ଜମ୍ମୁ-କଶ୍ମୀରର ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର କ୍ୟାବିନେଟ୍‌। ଆର୍ଥିକ ଅନଗ୍ରସର ପିଲାଙ୍କ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।

Comment