ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁସିଲିମ୍‌ ମହିଳାମାନଙ୍କୁ ସେମାନଙ୍କ ଅଧିକାର ମିଳିଛି। ଲୋକସଭା ପରେ ରାଜ୍ୟସଭାରେ ତିନି ତଲାକ୍‌ ବିଲ୍ ପାସ୍ ହୋଇଛି। ଏହି ବିଲ୍‌କୁ ବିଜେଡି ସମର୍ଥନ ଦେବା ପରେ ଓଡ଼ିଶାରେ ରାଜନୀତି ପାଣିପାଗ ଗରମ ହୋଇଛି। ବିଧାନସଭାରେ କଂଗ୍ରେସ ବିଜେଡିର ‘ସମଦୂରତା’ ନୀତିକୁ ଟାର୍ଗେଟ କରିଛି।

ବିଧାନସଭାର ଶୂନ୍ୟକାଳରେ ଆଜି ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଜେଡିର ‘ସମଦୂରତା’ ନୀତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ତାରା।

‘‘ବିଜେଡିର ସମର୍ଥନ ଯୋଗୁଁ ତିନି ତଲାକ୍‌ ବିଲ୍ ରାଜ୍ୟସଭାରେ ପାସ୍‌ ହୋଇଗଲା। ରାଜ୍ୟସଭାରେ ସବୁ ସାଂସଦ ଉପସ୍ଥିତ ରହିବାକୁ ବିଜେଡି ହୁଇପ୍‌ ଜାରି କରିଥିଲା। ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ପ୍ରତି ଗୋଟିଏ ଆଭିମୁଖ୍ୟ ଦେଖାଉଥିବା ବେଳେ ଏବେ ଆଉ ଗୋଟେ ଆଭିମୁଖ୍ୟ ଦେଖାଉଛି। ବିଜେଡିର ଦୋ ମୁହାଁ ନୀତିକୁ ଲୋକେ ଜାଣି ସାରିଲେଣି’’, କହିଛନ୍ତି ତାରାପ୍ରସାଦ ବାହିନୀପତି।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ଯେଉଁ ବିଲ୍‌ ସଂସଦରେ ଅଗାତ କରୁଛନ୍ତି ବିଜେଡି ତାକୁ ସମର୍ଥନ ଦେଉଛି। ଏଣୁ କେନ୍ଦ୍ରରେ ବିଜେଡି-ବିଜେପି ଭିତରେ ମେଣ୍ଟ ହୋଇଛି କି ବୋଲି ଏହାର ଜବାବ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତୁ ବୋଲି ଦାବି କରିଛନ୍ତି ତାରା।

ବିଧାନସଭାରେ ତାରାଙ୍କର ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବଶାସକ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି।

‘‘ଉଭୟ ବିଜେପି ଏବଂ କଂଗ୍ରେସଠାରୁ ଆମେ ସମଦୂରତା ରଖି ଆସୁଛୁ। ନିକଟରେ ହୋଇଥିବା ପାଟକୁରା ନିର୍ବାଚନରେ କଂଗ୍ରେସର ସବୁ ଭୋଟ ବିଜେପି ଖାତାକୁ ଯାଇଥିଲା। ଏଣୁ କିଏ କାହା ସହିତ କ’ଣ ବୁଝାମଣା କରିଛି ତାହା ସ୍ପଷ୍ଟ ହେବା ଦରକାର’’, କହିଛନ୍ତି ପ୍ରମିଳା ମଲ୍ଲିକ।

Comment