ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରଷ୍ଟାର ପ୍ରଭାସ ଓ ବଲିଉଡ ସୁନ୍ଦରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ସାହୋର ଦ୍ୱିତୀୟ ଗୀତର ଟିଜର ରିଲିଜ ହୋଇଛି। ଏହି ଗୀତର ଟାଇଟଲ ରହିଛି ‘ଇନି ସୋନି’। ଏଥିରେ ପ୍ରଭାସ ଓ ଶ୍ରଦ୍ଧା ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି।

୩୬ ସେକେଣ୍ଡର ଟିଜରରେ ଏକ ବହୁତ ସୁନ୍ଦର ଲୋକେସନ ମଧ୍ୟ ନଜର ଆସିଛି। ରେଡ୍‌ କଲର୍‌ ଡ୍ରେସରେ ଶ୍ରଦ୍ଧା ପୂରା ଗ୍ଲାମରସ ଅବତାରରେ ଦେଖାଯାଇଛନ୍ତି। ପ୍ରଭାସ ମଧ୍ୟ ହ୍ୱାଇଟ ଡ୍ରେସରେ କିଛି କମ୍‌ ଲାଗୁ ନାହାନ୍ତି।

ଏହି ଗୀତରେ କଣ୍ଠଦାନ କରିଛନ୍ତି ଗୁରୁ ରନ୍ଧଓ୍ୱା ଓ ତୁଳସୀ କୁମାର। ଗୀତଟି ଅଗଷ୍ଟ ୨ରେ ରିଲିଜ ହେବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଫିଲ୍ମର ସାଇକୋ ସୈୟାଁ ରିଲିଜ ହୋଇଥିଲା। ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

Comment